ପ୍ରଥମରୁ ପ୍ରଶ୍ନପତ୍ର ଭାଇରାଲ

(ସତ୍ୟପାଠ ବ୍ୟୁରୋ) ଧର୍ମଗଡ଼: ପୁଣି ଭାଇରାଲ ହେଲା ମାଟ୍ରିକ୍‌ ପ୍ରଶ୍ନପତ୍ର । ଆଜି ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଆରମ୍ଭ ହେଉଣୁ ଭାଇରାଲ ହୋଇଛି ପ୍ରଶ୍ନପତ୍ର । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଚାଲିଥିବା ବେଳେ ଧର୍ମଗଡ଼ରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ସେହିଭଳି ପୁରୀରେ ବିନା କୋଡ ବାଲା ଅତିରିକ୍ତ ପ୍ରଶ୍ନପତ୍ର ଧରାପଡ଼ିବା ପରେ ସେଠାରେ ପ୍ରଶ୍ନ ପତ୍ର ଭାଇରାଲ ହେବା ଆଶଙ୍କା କରାଯାଉଛି ।

 

ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ନେଇ ବିଭାଗ ପାଖରେ କୌଣସି ଖବର ନାହିଁ । ତଥାପି ଘଟଣାର ତଦନ୍ତ କରାଯିବ, ଯିଏ ସମ୍ପୃକ୍ତ ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

 

Related Posts