ବଜେଟ୍‌ ଆନାଲିସିସ୍‌: କେଉଁଠୁ ଆସିବ, କୁଆଡ଼େ ଯିବ ଟଙ୍କା ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଘରର ବଜେଟ୍‌ ହେଉ କି ରାଜ୍ୟର । ବଜେଟ୍‌ ପ୍ରସ୍ତୁତ ବେଳେ ଯଦି ସବୁଠୁ ଅଧିକ ଗୁରୁତ୍ବ କେଉଁ କଥାକୁ ଦିଆଯାଇଥାଏ ଏବଂ ତା ଉପରେ ବେଶି ଚିନ୍ତା କରାଯାଇଥାଏ ତାହା ହେଲା ଆୟ ଏବଂ ବ୍ୟୟ । ଏହି ହିସାବକୁ ଯିଏ ଯେତେ ଭଲ ଭାବେ କରିଥାଏ ତାଙ୍କର ବଜେଟ୍‌ ସେତେ ଭଲ ହୋଇଥାଏ । ତେଣୁ ବଜେଟ୍‌ ବେଳେ ସମସ୍ତଙ୍କର ନଜର ରହିଥାଏ ଟଙ୍କା କେଉଁଠୁ ଆସିବ ଆଉ କେଉଁ କେଉଁ ବାଟରେ ଖର୍ଚ୍ଚ ହେବ ।

ଟଙ୍କା କେଉଁଠୁ ଆସିବ

ବଜେଟରେ ଟଙ୍କାଟିଏ ଆସିବ କେଉଁଠୁ ? କେଉଁ କେଉଁ ସୂତ୍ରରୁ ଆଦାୟ ହେବ ପଇସା । ପୁଞ୍ଜି ବାବଦରୁ ସରକାରଙ୍କ ପାଖକୁ ଆସିବ ୧୭.୧୩ ପଇସା । ନିଜସ୍ବ ଅଣଟିକସ କ୍ଷେତ୍ରରୁ ଆଦାୟ ହେବ ୧୧.୭୭ ପଇସା । କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବାବଦରେ ସରକାର ପାଇବେ ୨୪.୨ ପଇସା । ନିଜସ୍ବ ଟିକସରୁ ଆଦାୟ ହେବ ୨୫.୫୭ ପଇସା । ୨୧.୩୩ ପଇସା ଆସିବ କେନ୍ଦ୍ରୀୟ ଅନୁଦାନ ବାବଦରେ । ଏସବୁକୁ ମିଶାଇ ଦେଲେ ହୋଇଯିବ ୧ ଟଙ୍କା ।

କେଉଁଠି ଖର୍ଚ୍ଚ ହେବ ଟଙ୍କା ?

ଏବେ ଜାଣିବା, ଆଦାୟ ହୋଇଥିବା ଟଙ୍କାଟିଏ, ଖର୍ଚ୍ଚ ହେବ କେଉଁ ବାଟରେ । ମୋଟ ୧ ଟଙ୍କାରୁ ୨.୧୩ ପଇସା ଖର୍ଚ୍ଚ ହେବ ବିପର୍ଯ୍ୟୟ ମୁକାବିଲା ପାଇଁ । ଯେଉଁଠାରୁ ସରକାର ଧାର ସୂତ୍ରରେ ପଇସା ଆଣିଥିଲେ, ସେମାନଙ୍କୁ ପରିଶୋଧ କରିବେ । ସେ ବାବଦରେ ଖର୍ଚ୍ଚ ହେବ ୪.୭୬ ପଇସା । ସେହିପରି ପ୍ରାଶାସନିକ ଖର୍ଚ୍ଚ ରହିଛି ୪୩.୭୭ ପଇସା । ଅବଶିଷ୍ଟ ୪୯.୩୩ ପଇସା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ ହେବ ।

Related Posts