ଶୁକ୍ରବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ : ସଂଧ୍ୟା ୬ଟା ପରେ ୱେବ୍‌ସାଇଟ୍‌ରେ ଉପଲବ୍ଧ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଶୁକ୍ରବାର ଅର୍ଥାତ୍ ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ। କଟକ ବୋର୍ଡ କାର୍ଯ୍ୟାଳୟରେ କାଲି ଅପରାହ୍ନ ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରେ ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲ୍ଲବ୍ଧ ହେବ। ଛାତ୍ରଛାତ୍ରୀ ମାନେ www.bseodisha.ac.in ଓ  www.bseodisha.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଚେକ୍‌ କରିପାରିବେ। ଏହାସହ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଇଣ୍ଟରନେଟ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ମୋବାଇଲ ଏସଏମଏସରେ ବି ରେଜଲ୍ଟ ଦେଖିପାରିବେ । OR01 < Roll N0 > ଲେଖି ରୋଲ ନମ୍ବର ସହ ୫୬୭୬୭୫୦ରେ ଏସଏମଏସ କରି ରେଜଲ୍ଟ ଜାଣିପାରିବେ । ସୂଚନାଯୋଗ୍ୟ ଯେ ଜୁନ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। କୋଭିଡ ଯୋଗୁଁ ଏପ୍ରିଲ ୨୧ରେ ମାଟ୍ରିକ ପରୀକ୍ଷା ବାତିଲ ଘୋଷଣା ହୋଇଥିଲା ।

ବୈକଳ୍ପିକ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ମାଟ୍ରିକ୍ ଫଳାଫଳ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ଗତ ମାସରେ ବୋର୍ଡ ଅନୁମୋଦନ କରିଥିଲା। ଛାତ୍ରଛାତ୍ରୀଙ୍କ ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ ହେବ ବୋଲି କୁହାଯାଇଥିଲା। ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତି ମୁତାବକ ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ। ସେହିଭଳି ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍‌ ପରୀକ୍ଷାରେ ମାର୍କକୁ ମଧ୍ୟ ବିଚାରକୁ ନିଆଯିବ। ନବମର ୪୦ ପ୍ରତିଶତ ମାର୍କକୁ ଗୁରୁତ୍ୱ ଦିଆଯିବ ନେଇ ନିଷ୍ପତ୍ତି ନିଆଯାଇଥିଲା। ତେବେ ଫଳାଫଳକୁ ନେଇ ଅସନ୍ତୁଷ୍ଟ  ଥିବା ଛାତ୍ରଛାତ୍ରୀମାନେ କୋଭିଡ ସ୍ଥିତି ସୁଧୁରିବା ପରୀକ୍ଷା ଦେଇ ପାରିବେ। 

Related Posts