କେନ୍ଦ୍ର ସରକାରଙ୍କୁ ସଂସଦ ଭିତରେ ଓ ବାହାରେ ସମର୍ଥନ କରିବେ ବୋଲି କହିଲେ ମାୟାବତୀ, ଯଦି….

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେପି ମୁହାଁ ହେଉଛନ୍ତି କି ବିଏସ୍‌ପି ସୁପ୍ରିମୋ ମାୟାବତୀ ? ମାୟାବତୀଙ୍କ ଏକ ବୟାନ କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ସବୁବେଳେ ବିଜେପି କୁ ସମାଲୋଚନା କରୁଥିବା ବିଏସପି ସୁପ୍ରିମୋ ମାୟବତୀ କେନ୍ଦ୍ର ସରକାରଙ୍କୁ ସଂସଦ ଭିତରେ ଓ ବାହାରେ ସମର୍ଥନ କରିବାକୁ ରାଜି ଥିବା ମାୟାବତୀ ଘୋଷଣା କରିଛନ୍ତି ! କିନ୍ତୁ ଏଥିପାଇଁ ସର୍ତ୍ତ ରଖିଛନ୍ତି। ଯଦି କେନ୍ଦ୍ର ସରକାର ଅନ୍ୟ ପଛୁଆ ବର୍ଗ (ଓବିସି) ଜନଗଣନା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ, ତା’ହେଲେ ବିଏସ୍‌ପି କେନ୍ଦ୍ର ସରକାରଙ୍କୁ ସଂସଦ ଭିତରେ ଓ ବାହାରେ ବି ସମର୍ଥନ ଦେବ ବୋଲି ସେ କହିଛନ୍ତି।

ମାୟାବତୀ ଟ୍ୱିଟ କରି କହିଛନ୍ତି, “ବିଏସପି ଦେଶରେ ଓବିସି ଜନଗଣନା କରିବାକୁ ଦାବି କରୁଛି। ଯଦି କେନ୍ଦ୍ର ସରକାର ଏ ଦିଗରେ କୌଣସି ଗଠନ ମୂଳକ ପଦକ୍ଷେପ ଗ୍ରହଣ କରିବେ, ତା’ହେଲେ ବିଏସ୍‌ପି ନିଶ୍ଚିତ ଭାବେ ଏହାକୁ ସଂସଦ ଭିତରେ ଓ ବାହାରେ ସମର୍ଥନ କରିବ।”

କେନ୍ଦ୍ର ସରକାର କେବଳ ଏସସି ଓ ଏସ୍‌ଟି ଜନଗଣନା କରିବାକୁ ଚାହୁଁଥିବା ବେଳେ ଜାତିଭିତ୍ତିକ ଜନଗଣନା ପାଇଁ ନିତୀଶ କୁମାର ଏବଂ ମାୟାବତୀ ଦାବି କରିଛନ୍ତି । ଗୁରୁବାର ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିବା କହିଥିଲେ। ସେ ଓବିସି ବର୍ଗର ଜନଗଣନା ସପକ୍ଷରେ ରହିଛନ୍ତି। ଏପଟେ ବହୁଜନ ସମାଜ ପାର୍ଟି ନେତା ମାୟାବତୀ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ମଧ୍ୟ ଅଲଗା ଭାବେ ଜନଗଣନା କରାଯିବାକୁ ସମର୍ଥନ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ଓଡ଼ିଶା ଓ ମହାରାଷ୍ଟ୍ର ଜାତିଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ। କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଜାତୀୟ ଜନଗଣନା ବେଳେ କେଉଁ ଜାତିର କେତେ ଲୋକ ଦେଶରେ ଅଛନ୍ତି, ତା’ର ଗଣତି କରାଯିବ ନାହିଁ।

ଲୋକସଭାରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ “ଓଡ଼ିଶା ଓ ମହାରାଷ୍ଟ୍ର ସରକାର ଆସନ୍ତା ଜାତୀୟ ଜନଗଣନା ବେଳେ କେଉଁ ଜାତିର କେତେ ଲୋକ ଦେଶରେ ରହୁଛନ୍ତି, ତା’ର ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ କହିଥିଲେ। କିନ୍ତୁ ଭାରତ ସରକାର ଏସ୍‌ସି ଓ ଏସ୍‌ଟିକୁ ଛାଡ଼ି ଅନ୍ୟ କୌଣସି ଜାତିଭିତ୍ତିକ ଜନଗଣନା କରାଯାଇ ପାରିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସରକାର କେବଳ ଏସସି ଓ ଏସ୍‌ଟି ଜନଗଣନା କରିବାକୁ ଚାହୁଁଥିବା ବେଳେ ଅନ୍ୟ ଜାତିଭିତ୍ତିକ ଜନଗଣନା ହୋଇପାରିବ ନାହିଁ ବୋଲି କହିଛନ୍ତି।

Related Posts