ଭାରତକୁ ଫେରିବ ଚୋକସି !

ସତ୍ୟପାଠ ବ୍ୟୁରୋ : ଭାରତକୁ ଫେରିବ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି । ପଂଜାବ ନ୍ୟାସନାଲ ବ୍ୟାଙ୍କ ମହା ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଚୋକସିଙ୍କ ଆଣ୍ଟିଗୁଆର ନାଗରିକତ୍ୱ ରଦ୍ଦ କରିବା ପାଇଁ ନିଷ୍ପତି ହୋଇଛି ।

ଭାରତରୁ ୧୪ ହଜାର କୋଟି ଟଙ୍କା ଠକି ନେଇ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଥିଲେ ଚୋକସି । ଚୋକସିଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ ଆଣ୍ଟିଗୁଆ ଉପରେ ଚାପ ପକାଇଥିଲା ଭାରତ । ମାର୍ଚ୍ଚ ମାସରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଚୋକସିଙ୍କ ନାଗରିକତ୍ୱ ରଦ୍ଦ କରିବା ପାଇଁ ନିଷ୍ପତି ନେଇଛି ଆଣ୍ଟିଗୁଆ ସରକାର । ଦେଶରେ କୌଣସି ଅପରାଧିଙ୍କୁ ଆଶ୍ରୟ ଦିଆଯିବ ନାହିଁ ବୋଲି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗ୍ୟାଷ୍ଟୋନ ବ୍ରାଉନ କହିଛନ୍ତି ।

Related Posts