ଭୁବନେଶ୍ୱରରୁ କଟକ ଗଡିବ ମେଟ୍ରୋ ଟ୍ରେନ , ବିଶ୍ୱ ଐତିହ୍ୟ ନଗରୀ ହେବ ପୁରୀ

ସତ୍ୟପାଠ ବ୍ୟୁରୋ : ଭୁବନେଶ୍ୱରରୁ କଟକ ଗଡିବ ମେଟ୍ରୋ ଟ୍ରେନ । ଏନେଇ ତୁରନ୍ତ ସରକାର ଉଦ୍ୟମ କରିବେ । ଆଜି ବିଧାନସଭାର ଷୋଡଶ ଅଧିବେଶନର ପ୍ରଥମ ଦିବସରେ ଅଭିଭାଷଣ ରଖି ଏଭଳି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହାଛଡା ଓଡିଶାର ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ଭାଗକୁ ବିଜୁ ଏକ୍ସପ୍ରେସ୍ ୱେ ସଂଯୋଗ କରିବ ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ।

ବିଶ୍ୱ ଐତିହ୍ୟ ନଗରୀ ହେବ ପୁରୀ । ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକୁ ରାସ୍ତା ସଂଯୋଗ କରିବା ସହ ରାସ୍ତା ପାଶ୍ୱର୍ରେ ପଥପାଶ୍ୱର୍ ଜନସୁବିଧା କେନ୍ଦ୍ର ସୃଷ୍ଟି କରାଯିବ । ପ୍ରତି ଜିଲ୍ଲାରେ ଜିଲ୍ଲା ପର୍ଯ୍ୟଟନ ପରିଷଦ ଗଠନ କରାଯିବ । ସମସ୍ତ ମହାନଗର ନିଗମ, ପୌରପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦରେ ଜଳ ନିଷ୍କାସନ ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ପରିମଳ ସୁବିଧାକୁ ସୁନିଶ୍ଚିତ କରାଯିବ । ‘ଓଡିଶା ସ୍ମାର୍ଟ ସିଟିଜ୍ ମିଶନ’ ୫ଟି ମହାନଗରକୁ ସ୍ମାର୍ଟ ସିଟି ରୂପେ ବିକଶିତ କରିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

Related Posts