ଲକ୍‌ଡ଼ାଉନ୍‌ରେ ବଢିଛି ମାନସିକ ଯନ୍ତ୍ରଣା

ସତ୍ୟପାଠ ବ୍ୟୁରୋ : ଦୁଃଖ ଦେଇଛି କୋଭିଡ଼ କଟକଣା । ଲକ୍‌ଡ଼ାଉନ୍‌ରେ ବଢିଛି ମାନସିକ ଯନ୍ତ୍ରଣା । କାହାର ଚାକିରି ଚାଲିଯାଇଚି ତ କାହାର ଦୁଇ ବେଳା ଖାଦ୍ୟ ମିଳୁନି । ଆଉ ଭଡ଼ା ଦେଇନପାରିବାରୁ ଘର ମାଲିକ ତଡ଼ିଦେଉଛି । ଏଭଳି ସ୍ଥିତିରେ ଅନେକଙ୍କର ମାନସିକ ସନ୍ତୁଳନ ବିଗିଡ଼ିଛି । ଏହା ଲୋକଙ୍କୁ ଆତ୍ମହତ୍ୟା ଆଡ଼କୁ ବାଟ କଢାଇଛି । ସୂଚନା ଅନୁଯାୟୀ ଏହି କଟକଣା ସମୟରେ ଆତ୍ମହତ୍ୟା ରାଜଧାନୀରେ ସର୍ବକାଳୀନ ରେକର୍ଡ଼ ହୋଇଛି । ୩ମାସରେ କଟକଣା ଭିତରେ ମସିହାରେ ଭୁବନେଶ୍ୱରରେ ଏହି ତିନି ମାସ(ଏପ୍ରିଲ୍‌, ମେ ଓ ଜୁନ୍‌)ରେ ୫୭ଟି ଆତ୍ମହତ୍ୟା ମାମଲା ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଥିଲା । ଆତ୍ମହତ୍ୟାର ଏହି ଉଦ୍‌ବେଗଜନକ ସଂଖ୍ୟା ଏବେ ଅନେକ ଅଭିଭାବକ ଓ ପରିବାର ବର୍ଗଙ୍କୁ ଚିନ୍ତାରେ ପକାଇଦେଇଛି ।

କଟକଣା ସମୟରେ ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା ସବୁଠାରୁ ଚର୍ଚ୍ଚିତ ତଥା ରହସ୍ୟମୟ ହୋଇ ରହିଛି । ଯଦିଓ ମାମଲାର ତଦନ୍ତ ଚାଲିଛି, ଆତ୍ମହତ୍ୟା କିମ୍ବା ହତ୍ୟା ବୋଲି ପ୍ରମାଣିତ ହୋଇନାହିଁ । ଆଦିତ୍ୟଙ୍କ ଫେସବୁକ୍ ପୋଷ୍ଟ, ସୁଇସାଇଡ଼ି ନୋଟ୍ ପ୍ରଭୃତିକୁ ବିଚାରକୁ ନେଲେ ସେ ଗଭୀର ମାନସିକ ଚାପରେ ଥିବା ସ୍ପଷ୍ଟ ହେଉଛି ।

Related Posts