‘ସେଲ୍‌ଫି ବେବୋ’ ମୃତ୍ୟୁ ମାମଲା, ଶାଶୂ ଘରେ ଲଟ୍‌କା

ଅଭିନେତ୍ରୀ ସିମ୍‌ରନ ସିଂ ଓରଫ ସେଲ୍‌ଫି ବେବୋଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପୋଲିସ୍‌ ତାଙ୍କ ଶାଶୂଘରେ ଲଟ୍‌କା ଲଗାଇଲା । ବୁର୍ଲା ପୋଲିସର ବାରମ୍ବାର ନୋଟିସ୍‌ ପରେ ହାଜର ନହେବାରୁ ବେଲପଡ଼ା ପୋଲିସ ପକ୍ଷରୁ ଲଟ୍‌କା ଲଗାଯାଇଛି । ସମ୍ବଲପୁର ବୁର୍ଲା ପାଖ ମହାନଦୀ ପୋଲ ତଳୁ ସିମରନଙ୍କ ମୃତଦେହ ମିଳିଥିଲା । ପ୍ରାଥମିକ ଭାବେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ବି ହତ୍ୟା ଅଭିଯୋଗ କରିଥିଲେ ବାପା-ମାଆ ।

ଏହି ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ସିମରନ୍‌ଙ୍କ ସ୍ବାମୀ ଧ୍ରୁବରାଜ ଓରଫ ୟୁଗ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯାତନା ଯୋଗୁଁ ସିମରନ୍‌ଙ୍କ ଜୀବନ ଯାଇଥିବା ସେମାନେ ଅଭିଯୋଗ କରିଥିଲେ । ତେଣୁ ୟୁଗ୍‌ଙ୍କୁ ଗିରଫ କରିବା ପରେ ପରିବାର ଲୋକଙ୍କୁ ଜେରା କରିବାକୁ ନୋଟିସ ଜାରି କରିଥିଲେ ବୁର୍ଲା ପୋଲିସ । କିନ୍ତୁ ସେମାନେ ହାଜର ନହେବାରୁ ଘରେ ଲଟ୍‌କା ଲଗାଯାଇଛି

Related Posts