ଖସୁଛି ପାରଦ: ୧୫ ଡିଗ୍ରି ତଳେ ୭ ସହରର ତାପମାତ୍ରା

ଭୁବନେଶ୍ବର : ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତର ଲହରୀ । ଫଳରେ ତାପମାତ୍ରା ଖସିବାରେ ଲାଗିଛି। ୭ ସହରର ତାପମାତ୍ରା ଆଜି ୧୫ ଡିଗ୍ରି ତଳେ ରହିଛି।

ଗତରାତିରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ୧୨.୫ ଡିଗ୍ରି ରେକର୍ଡ କରାଯାଇଥିଲା। ଏହାବ୍ୟତୀତ, କୋରାପୁଟର ସେମିଳିଗୁଡ଼ାରେ ୧୨.୯ ଡିଗ୍ରି, ବୌଦ୍ଧରେ ୧୩ ଡିଗ୍ରି, କୋରାପୁଟରେ ୧୪.୨ ଡିଗ୍ରି, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୪ଡିଗ୍ରି ଓ କୋରାପୁଟରେ ୧୪.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ଭବାନୀପାଟଣାରେ ୧୫.୫ ଡିଗ୍ରି ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକ ଓ ଭୁବନେଶ୍ବରରେ ୨୦ ଡିଗ୍ରି ରହିଥିଲା।

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବ। ପାରଦ ସ୍ତରରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରେ ଧୀରେଧୀରେ ପାରଦ ସ୍ତର ଖସିବ ଓ ପୂରା ରାଜ୍ୟରେ ଶୀତ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Related Posts