ନୂଆଦିଲ୍ଲୀ: ‘ଆପ୍‌ଲ୍‌’ର ସହ-ସଂସ୍ଥାପକ ଷ୍ଟିଭ୍‌ ଜବ୍‌ସ୍‌ ପିନ୍ଧୁଥିବା ଗୋଟାଏ ପୁରୁଣା ତଥା ଘୋରି ହୋଇଯାଇଥିବା ଚପଲ ନିଲାମ ହେବ । ‘ବର୍କେନ୍‌ଷ୍ଟକ୍‌ ଆରିଜୋନ’ ଚମଡ଼ା ସାଣ୍ଡଲ୍‌ ୬୦, ୦୦୦ରୁ ୮୦,୦୦୦ ଡଲାର୍‌ ମଧ୍ୟରେ ନିଲାମ କରାଯିବ ନେଇ ‘ଜୁଲିଏନ୍‌ସ୍‌ ଅକ୍ସନ୍‌ସ୍‌’ କହିଛି।

ଚମଡ଼ା ସିଲାଇ କରି ପ୍ରସ୍ତୁତ କରାଯାଇଥିବା ଉପରୋକ୍ତ ସାଣ୍ଡାଲ୍‌ ସହିତ ‘ଜୁଲିଏନ୍‌ସ୍‌ ଅକ୍ସନ୍‌ସ୍‌’ ଉକ୍ତ ସାଣ୍ଡାଲ୍‌ର ‘ଏନ୍‌ଏଫ୍‌ଟି’ ଫଟୋ, ଫଟୋଗ୍ରାଫର୍‌ ଜିନ୍‌ ପିଗୋଜିଙ୍କର ଗୋଟାଏ ବହି ମଧ୍ୟ ଏହି ନିଲାମରେ ସାମିଲ କରାଯାଇଛି। ବହିର ଶୀର୍ଷକ ‘ଦି ୨୧୩ ମୋଷ୍ଟ୍‌ ଇମ୍ପୋର୍ଟାଣ୍ଟ୍‌ ମେନ୍‌ ଇନ୍‌ ମାଇଁ ଲାଇଫ୍‌’ (ମୋ ଜୀବନରେ ୨୧୩ଜଣ ସବୁଠୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି)। ଏଥିରେ ଜବ୍‌ସ୍‌ଙ୍କୁ ଜଣେ ଅକିଞ୍ଚନ ବ୍ୟକ୍ତି ଭାବେ ଉପସ୍ଥାପନ କରାଯାଇଛି।

ନଭେମ୍ବର ୧୧ରେ ଲାଇଭ୍‌ କରାଯାଇଥିବା ଏହି ନିଲାମ ନଭେମ୍ବର ୧୩ରେ ସମାପ୍ତ ହେବ ବୋଲି ଆଶା କରାଯାଉଛି।

ନିଲାମ ୱେବ୍‌ସାଇଟ୍‌ରେ ଉପଲବ୍ଧ ସବିଶେଷ ବିବରଣ ଅନୁସାରେ, ଜବ୍‌ସ୍‌ ୧୯୭୦ରୁ ୧୯୮୦ ମଧ୍ୟରେ ଉକ୍ତ ସାଣ୍ଡାଲ୍‌ହଳକ ପିନ୍ଧୁଥିଲେ। ଷ୍ଟଭ୍‌ ଜବ୍ସ୍‌ଙ୍କ ହୋମ୍‌ ମ୍ୟାନେଜର୍‌ ମାର୍କ ସେଫ୍‌ଙ୍କର ମଧ୍ୟ ଆଗରୁ ହଳେ ‘ବର୍କେନ୍‌ଷ୍ଟକ୍‌’ ସାଣ୍ଡଲ୍‌ ଥିଲା।

‘ଭଗ୍‌’ ପତ୍ରିକା ସହିତ ସାକ୍ଷାତ୍‌କାର ସମୟରେ ଜବ୍‌ସ୍‌ଙ୍କ ପତ୍ନୀ କ୍ରିସାନ୍‌ ବ୍ରିନାନ୍‌ ତାଙ୍କ ପୋଷାକପତ୍ର କଥା କହିବା ବେଳେ କହିଛନ୍ତି, ସାଣ୍ଡଲ୍‌ ହେଉଛି ତାଙ୍କ ନିରାଡ଼ମ୍ବର ଜୀବନର ଅଂଶବିଶେଷ। ସାଣ୍ଡଲ୍‌ ଥିଲା ତାଙ୍କ ‘ୟୁନିଫର୍ମ’। ‘ୟୁନିଫର୍ମ’ର ଗରୁତ୍ବପୂର୍ଣ୍ଣ କଥାଟି ହେଉଛି, ସକାଳେ କ’ଣ ପିନ୍ଧିବେ, ସେ ବିଷୟରେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟମାନଙ୍କଠାରୁ ବାରି ହୋଇ ପଡ଼ିବା ଭଳି ସେ କିଛି କରିନାହାନ୍ତି କି, କିଣି ନାହାନ୍ତି। ସାଣ୍ଡାଲ୍‌ ଡିଜାଇନ୍‌ରେ ଖଟାଯାଇଥିବା ବୁଦ୍ଧିମତା ଓ ବାସ୍ତବତାକୁ ବୁଝିବା ସହିତ ସେ ତା’ର ଆରାମଦାୟକତା ଉପରେ ଗୁରୁତ୍ବ ଦେଉଥିଲେ। ‘ବର୍କେନ୍‌ଷ୍ଟକ୍‌’ ପିନ୍ଧିବା ‌ଯୋଗୁଁ ସେ ଅପଣାକୁ ଜଣେ ବ୍ୟବସାୟୀ ବୋଲି ଅନୁଭବ କରୁ ନ ଥିଲେ। ତେଣୁ, ସର୍ଜନାତ୍ମକ ଚିନ୍ତା କରିପାରୁଥିଲେ