ମାନସିକ ବିକାର ଗ୍ରସ୍ତ ବଡ଼ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ

ରାୟଗଡା : ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ବଡଭାଇର କାଠ ଫାଳିଆ ଆକ୍ରମଣରେ ସାନ ଭାଇର ମୃତ୍ୟୁ ହୋଇଛି। ଗତକାଲି ରାତିରେ ଘଟିଛି ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ, ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି। ପୋଲିସ ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ସାନ ଭାଇ ହେଲେ କୁନା ନାୟକ ।ତେବେ ଅଭିଯୁକ୍ତ ବଡଭାଇ ଜଣଙ୍କ ମାନସିକ ବିକାର ଗ୍ରସ୍ତ ହୋଇଥିବା ସୂଚନା ।

ସୂଚନାଯୋଗ୍ୟ, ମୃତ ସାନ ଭାଇ କୁନା ନାୟକ ଓ ବଡ଼ ଭାଇ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ଲାଗିଥିବା ବେଳେ, ଏଥିରେ ଉତ୍ୟକ୍ତ ହୋଇ ବଡ଼ ଭାଇ ଏକ କାଠ ଫାଳିଆ ରେ ସାନ ଭାଇ ଉପରକୁ ଆକ୍ରମଣ କରିଥିଲା । ଫଳରେ ଘଟଣସ୍ଥଳରେ ସାନ ଭାଇର ମୃତ୍ୟୁ ଘଟିଛି। ପାରିବାର ଲୋକେ ତାଙ୍କୁ ମେଡିକାଲ ନେବା ସମୟରେ ଡ଼ାକ୍ତର ତାଂକୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣା ପରେ ମୁକୁନ୍ଦପୁରରେ ଶୋକର ଛାୟା ଖେଳିଯାଇଛି।

Related Posts