ଜେଲ ଗଲେ କୋଟିପତି ଡାକ୍ତର; ହେଲେ କେଉଁଠୁ ଆସିଲା ଏତେ ଟଙ୍କା ?

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜେଲ ଗଲେ କୋଟିପତି ଡାକ୍ତର ସୁକାନ୍ତ ଜେନା । ଲାଞ୍ଚ ନେଇ ଜେଲ ଗଲେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ସୁକାନ୍ତ ଜେନା । ଚଢ଼ାଉ ବେଳେ ତାଙ୍କ ପାଖରୁ ମିଳିଥିବା ଅର୍ଥକୁ ଦେଖି ନିଜେ ଭିଜିଲାନ୍ସ ମଧ୍ୟ ଆବାକ ହୋଇ ଉଠିଥିଲା । ତାଙ୍କ ଘରୁ କୋଟି କୋଟି ଟଙ୍କାର ନଗଦ କ୍ୟାସ ରହିଥିଲା । ଏଇଠି ପ୍ରଶ୍ନ ଉଠୁଛି ଯେ ଡାକ୍ତରଙ୍କ ପାଖକୁ ଏତେ ଟଙ୍କା ଆସିଲା କେଉଁଠୁ ? ନିଜର ପେସାକୁ ଛାଡ଼ି ଆଉ କେଉଁ ଦୁର୍ନିତୀରେ ଲିପ୍ତ ଥିଲେ ଡାକ୍ତର ମହୋଦୟ ? ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଆସୁଛି । ସେପଟେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରସ୍ଥିତ ପଟିଆସ୍ଥିତ ନାଗେଶ୍ୱର ରେସିଡେନ୍ସି ଚଢ଼ାଉ କରାଯାଇଥିଲା । ଚଢ଼ାଉ ପରେ ଡାକ୍ତରଙ୍କ ଘରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ମିଳିଥିଲା । ଯାହା ଓଡ଼ିଶା ଭିଜିଲାନ୍ସ ବିଭାଗ ଚଢ଼ାଉ ଇତିହାସରେ ସର୍ବାଧିକ ଟଙ୍କା ଥିଲା ।

ଏହା ମଧ୍ୟରେ ଆଜି ଅଧିକ ଯାଞ୍ଚ ପରେ ଡାକ୍ତର ଜେନାଙ୍କ ନାଁରେ ସ୍ଥାୟୀ ଜମା ଓ ବୀମା ରାଶିକୁ ମିଶାଇ ୮୨ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ବରଂ ଏହା ଛଡ଼ା ଦୁଇଟି ଦାମୀ କାର ସହ ଏକାଧିକ ଜାଗାରେ ଜମି ଓ ଘର ରହିଛି । ଡାକ୍ତର ଜେନାଙ୍କ ନାଁରେ ଭୁବନେଶ୍ୱର ଇନଫୋସିଟି ଥାନା କଳାରାହାଙ୍ଗାଠାରେ ଗୋଟିଏ ପ୍ଲଟ, ପୁରୀରେ ଏକ ଷ୍ଟୁଡିଓ ଆପାର୍ଟମେଣ୍ଟ ଥିବା ଜଣାପଡ଼ିଛି । ସେହିପରି ୩୮.୬୩ କୋଟି ଟଙ୍କା ବୀମା ଓ ୪୪ ଲକ୍ଷ ୧୬ ହଜାର ୮୬୪ ଟଙ୍କାର ସ୍ଥାୟୀ ଜମା ରହିଛି । ଗୋଟିଏ ହ୍ୟୁଣ୍ଡାଇ କ୍ରେଟା କାର ଓ ଗୋଟିଏ ଟାଟା ମାଞ୍ଜା କାର କାର ଜବତ କରାଯାଇଛି । ଆଜି ବି ଡାକ୍ତର ଜେନାଙ୍କ ଘର ସହ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ବିଭାଗ ସ୍ପଷ୍ଟ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts