ଯାଜପୁରରେ ପୁଣି ନିର୍ବାଚନୀ ହିଂସା; ବୁଥ ଜବରଦଖଲ କରି ଏଜେଣ୍ଟକୁ ମାଡ଼ ମାରିଲେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଜି ଠାରୁ ଆରମ୍ଭ ହୋଇଛି । ଏହା ମଧ୍ୟରେ ଯାଜପୁର ଜିଲ୍ଲାରେ ପୁଣି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ତେବେ ଯାଜପୁର ଜିଲ୍ଲାର ଦଶରଥପୁର ଜୟନ୍ତରା ପଞ୍ଚାୟତର ୧ ନଂ ବୁଥକୁ ଜବରଦଖଲ କରାଯାଇ କେବଳ ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରାଯାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଏଜେଣ୍ଟଙ୍କୁ ମଧ୍ୟ ମରାଯାଇଛି । ଏନେଇ ଏଜେଣ୍ଟ ଦେବାଶିଷ ବାରିକ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ମତଦାନାମାନଙ୍କ ଉପସ୍ଥିତିରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଦଶରଥପୁର ଜୟନ୍ତରା ପଞ୍ଚାୟତର ୧ ନଂ ବୁଥରେ ଏଜେଣ୍ଟ ଦେବାଶିଷ ବାରିକଙ୍କୁ ମାଡ଼ ମାରି ତାଙ୍କର ମୁଣ୍ଡ ଫଟାଇବା ସହ ମୋବାଇଲ ଛଡ଼ାଇ ନେଇଛନ୍ତି। ଏଜେଣ୍ଟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଉକ୍ତ ବୁଥରେ ଜଣେ ଲୋକ ସବୁ ଭୋଟ ପକାଉଥିବା ଅଭିଯୋଗ ହୋଇଛି।

Related Posts