
ଭୁବନେଶ୍ୱର,୨୧/୮(ସତ୍ୟପାଠ ବ୍ୟୁରୋ): କୋଲକତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତଦନ୍ତ ଆଗକୁ ବଢ଼ିବା ସହ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର କଳା ପେଡ଼ି ସମ୍ପର୍କରେ ଆଉ ଏକ ରୋଚକ ତଥ୍ୟର ସାମ୍ନାକୁ ଆସିଛି। ଅଗଷ୍ଟ ୯ରେ ହସ୍ପିଟାଲର ସେମିନାର ରୁମରୁ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ ପୁଲିସ୍ ସଞ୍ଜୟ ରୟକୁ ଗିରଫ କରିଛି।
ତେବେ ସଞ୍ଜୟ ରୟ ତା’ର ଜଣେ ସିଭିକ ସ୍ୱେଚ୍ଛାସେବୀ ବନ୍ଧୁ ସହ ଅଗଷ୍ଟ ୮ ତାରିଖ ମଧ୍ୟରାତ୍ର ପରେ ରେଟ ଲାଇଟ ଅଞ୍ଚଳ ଭାବେ ପରିଚିତ ସୋନାଗାଚ୍ଛି ଯାଇଥିଲା। ସେଠାକୁ ଯିବା ପୂର୍ବରୁ ସେ ପ୍ରବଳ ମଦ ବି ପିଇଥିଲା। ସୋନାଗାଚ୍ଛିରେ ପହଞ୍ଚିବା ପରେ ତା’ର ବନ୍ଧୁ ବେଶ୍ୟାଳୟକୁ ଭିତକୁ ଯାଇଥିଲା। ହେଲେ ସଞ୍ଜୟ ବାହାରେ ରହିଥିଲା। ରାତି ପ୍ରାୟ ୨ଟା ବେଳେ ସେମାନେ ଆଉ ଏକ ରେଡ ଲାଇଟ ଅଞ୍ଚଳ ଚେତଲା ଯାଇଥିଲେ। ସେଠାରେ ମଧ୍ୟ ସଞ୍ଜୟ ବାହାରେ ଛିଡ଼ା ହୋଇଥିଲା।