ଟି-୨୦ କ୍ରିିକେଟରୁ ଅବସର ଘୋଷଣା କଲେ ମିତାଲି

ସତ୍ୟପାଠ ବ୍ୟୁରୋ : ଟି-୨୦ କ୍ରିିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ମିତାଲି ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ୨୦୨୧ରେ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଓଡିଆଇ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ସକାଶେ ସେ ଅବସର ନେଉଥିବା କହିଛନ୍ତି ।

୨୦୧୧ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମିତାଲି । ଦେଶ ପାଇଁ ବିଶ୍ୱକପ୍ ଆଣିବା ଏକ ମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହାଛଡା ବିସିସିଆଇର ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି ମିତାଲି ।ମିତାଲି ୨୦୦୬ ରୁ ଆନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରି ଆସୁଛନ୍ତି । ୨୦୦୬ ପରଠାରୁ ସେ ୮୯ଟି ମ୍ୟାଚ ଖେଳିଥିବା ବେଳେ ୨୩୬୪ ରନ କରିଛନ୍ତି । ଆନ୍ତର୍ଜାତୀୟ ଟ-୨୦ କ୍ରିକେଟରେ ୨୦୦୦ ରନ ହାସଲ କରିବାରେ ମିତାଲି ହେଉଛନ୍ତି ପ୍ରଥମ ଭାରତୀୟ ମହିଳା କ୍ରିକେଟର । ସେ ଏଯାଏ ୩୨ଟି ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ।

Related Posts