ଗୁଲାମ ନବୀ ଆଜାଦଙ୍କ ପାଇଁ ସଂସଦରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ମୋଦି: ଅଧୀର ରଞ୍ଜନ ଚୌଧୁରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଟାର୍ଗେଟ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ। ସେ କହିଛନ୍ତି ଭାରତରେ କୋଭିଡ ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ଘଟିବାରେ ଲାଗିଛି। ତେବେ ମୋଦି ସେ ନେଇ ଆଖିରୁ ଲୁହ ଝରାଇବା ତ ଦୂର କଥା ଦୁଃଖ ପ୍ରକାଶ ମଧ୍ୟ କରି ନାହାନ୍ତି।କିନ୍ତୁ ଗୁଲାମ ନବୀ ଆଜାଦଙ୍କର ରାଜ୍ୟ ସଭାରୁ ବିଦାୟ ନେବା ଅବସରରେ ମୋଦି ମିଛରେ ନାଟକ କରି ଆଖିରୁ ଲୁହ ଝରାଇଥିଲେ। ଏବେ ମୋଦିଙ୍କ କୁମ୍ଭୀର କାନ୍ଦଣା କାହାଣୀର ପର୍ଦ୍ଦାଫାଶ ସମସ୍ତଙ୍କ ସାମ୍ନାରେ ହୋଇଛି। ଗୁଲାମ ନବୀଙ୍କ ପାଇଁ ମୋଦିଙ୍କର କାନ୍ଦିବାର କୌଣସି କାରଣ ନଥିଲା ବୋଲି ସେ କହିଛନ୍ତି। ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ସମ୍ପର୍କରେ ଅଧୀର ରଞ୍ଜନ କହିଛନ୍ତ ତାଙ୍କ ପାଇଁ କଂଗ୍ରେସରେ କିଛି ଅଭାବ ନଥିଲା। ଏବେ ଯେତେବେଳେ ଗୁଲାମନବୀ ଅନୁଭବ କଲେ ଯେ କଂଗ୍ରେସରୁ ରାଜ୍ୟ ସଭା ପାଇଁ ଟିକେଟ ପାଇବେ ନାହିଁ, ସେତେବେଳେ ସେ କଂଗ୍ରେସ ଛାଡିଥିଲେ। ଲୋକମାନେ ଏହିପରି ସୁବିଧାବାଦୀ ନେତାଙ୍କ ବିଷୟରେ ଜାଣିବା ଉଚିତ।

ସୂଚନାଯୋଗ୍ୟ ଯେ, ଗୁଲାମ ନବୀ ଆଜାଦ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହାସହିତ ନିଜ ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କର ପିଲାଳିଆମି ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ରାହୁଲ ଗାନ୍ଧୀ ଅନୁଭବହୀନ ଚାଟୁକାର ଲୋକଙ୍କୁ ନେଇ ଦଳ ଚଲାଉଥିବା ଆଜାଦ ଚିଠିରେ ଅଭିଯୋଗ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସୋନିଆ ଦଳର ଅଧ୍ୟକ୍ଷ ଭାବେ କେବଳ ନାଁକୁ ମାତ୍ର ରହିଛନ୍ତି। ପ୍ରକୃତରେ ରାହୁଲ ଗାନ୍ଧୀ ଓ ତାଙ୍କର ବ୍ୟକ୍ତିଗତ ସାହାୟକ ଓ ସୁରକ୍ଷା କର୍ମୀମାନେ ଦଳ ବିଷୟରେ ନିଷ୍ପତ୍ତି ନେଉଛନ୍ତି ବୋଲି ଆଜାଦ କହିଥିଲେ। ଏହାପରେ କଂଗ୍ରେସ ତରଫରୁ ବିଭିନ୍ନ ନେତା ଆଜାଦ୍ ଙ୍କୁ ଟାର୍ଗେଟ କରି ଆସୁଛନ୍ତି।

Related Posts