କନ୍ଧମାଳ ଗାଡିଆପଡା ଘାଟିରେ ଅଘଟଣ: ଅପରା ପାର୍ଟିର ଦୁଇଟି ଟ୍ରକ ଦୁର୍ଘଟଣା ଗସ୍ତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ନିକଟ ଗାଡିଆପଡା ଘାଟିରେ ଦୁର୍ଘଟଣା । ଗୋଟିଏ ଅପରା ପାର୍ଟିର ଦୁଇ ଦୁଇଟି ଟ୍ରକ ଦୁର୍ଘଟଣା ଘଟିଛି । ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l

ସେମାନଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି l

ସୂଚନାଯୋଗ୍ୟ ଯେ ଟ୍ରକର ବ୍ରେକ ଫେଲ ହେବା କାରଣରୁ ଦୁର୍ଘଟଣା ହୋଇଥିଲା l ତେବେ, ଟ୍ରକରେ ଏଗାର ଜଣ ଲୋକ ଥିଲେ । ହେଲେ ବ୍ରେକ ଫେଲ ହେବା ଜାଣି ପାରି ଟ୍ରକରୁ ସେମାନେ ଡେଇଁ ପଡି ଜୀବନ ବଞ୍ଚାଇଥିଲେ l ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛନ୍ତି l

ତେବେ ଏହି ଘଟଣାରେ ଅନ୍ୟ କାହାର କିଛି କ୍ଷୟକ୍ଷତି ଘଟିନାହିଁ ।

Related Posts