ୟୁପି ଲୋକଙ୍କୁ ସାମ୍ନା କରିବାର ମୋଦିଙ୍କ ପାଖରେ ସାହାସ ନାହିଁ; ସେଇଥି ପାଇଁ ଆସିଲେନି ମୋଦି: ଜୟନ୍ତ ଚୌଧୁରୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶର ବୈଜନରେ ନିର୍ବାଚନ ପ୍ରଚାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ ବୋଲି ସୂଚନା ମିଳିଥିଲା । କିନ୍ତୁ ପାଗ ଖରାପ ଥିବାରୁ ପ୍ରଧାନମନ୍ତ୍ରୀ ଆସିପାରିବେ ନାହିଁ ବୋଲି କହି ବିଜେପି ଶେଷ ସମୟରେ ଏଭଳି ରାଲିକୁ ରୋକିଥିବାରୁ ଏହାକୁ ନେଇ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହଯୋଗୀ ଜୟନ୍ତ ଚୌଧୁରୀ। ବିଜେପି ପ୍ରତିଶ୍ରୁତି ପୂରଣ କରିନଥିବାରୁ ପାଗ ଖରାପର ବାହାନା ଦେଇଥିବା କହିଛନ୍ତି ଜୟନ୍ତ। ମେରଠର କ୍ୟାଣ୍ଟନମେଣ୍ଟରେ ଏକ ରାଲିରେ ସେ କହିଛନ୍ତି, ବିଜେପି ପୂର୍ବରୁ ବିଜନୋରରେ ବିଦ୍ୟୁତ ସଂଯୋଗ ଏବଂ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲା।

ହେଲେ କ୍ଷମତାରେ ରହି ବି ବିଜେପି ପ୍ରତିଶ୍ରୁତି ପୂରଣ କରିପାରିନାହିଁ। ଯଦି ପ୍ରଧାନମନ୍ତ୍ରୀ ଆଜି ବିଜନୋରବାସୀଙ୍କୁ ଦେଖା କରିଥାନ୍ତେ, ତେବେ ସେମାନେ ଏନେଇ ପ୍ରଶ୍ନ ପଚାରିଥାନ୍ତେ ନିଶ୍ଚୟ। ତେଣୁ ବାହାନା ଦେବାକୁ ଯାଇ ପାଗ ଖରାପ ପାଇଁ ପ୍ରଧାନମନ୍ତ୍ରୀ ଆସିପାରିନଥିବା କହୁଛି ବିଜେପି। ରାଲିରେ ସମାଲୋଚନା କରିବା ସହ ଟ୍ବିଟ କରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଜୟନ୍ତ ଚୌଧୁରୀ। ପ୍ରଧାନମନ୍ତ୍ରୀଙ୍କ ରାଲି ବାତିଲ ହେବା ନେଇ ବିଜେପି ଘୋଷଣା କରିବା ପରେ ପାଣିପାଗ ଆପର ସ୍କ୍ରିନସଟ୍ ଟ୍ୱିଟ୍ କରିଛନ୍ତି ଜୟନ୍ତ ଚୌଧୁରୀ। ବିଜନୋରରେ ଖରା ହେଉଛି, କିନ୍ତୁ ବିଜେପି ପାଇଁ ପାଗ ଖରାପ ବୋଲି ସେ ଲେଖିଛନ୍ତି।

Related Posts