
ଆଗକୁ ବଢ଼ିବାକୁ ଯାଉଚି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ । ତେବେ ମୂଲ୍ୟ ବଢିବା ପୂର୍ବରୁ ଗାଡ଼ି ଟାଙ୍କି ଫୁଲ କରିଦିଅନ୍ତୁ । ଏହି କଥା ଆମେ କହୁନି କହୁଛନ୍ତି କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ । ସେ କେନ୍ଦ୍ରର ମୋଦି ସରକାର ଉପରେ ବର୍ଷିଛନ୍ତି। ଟ୍ବିଟ୍ କରି ରାହୁଲ କହିଛନ୍ତି, ‘ଫଟାଫଟ୍ ଗାଡିର ଟାଙ୍କି ଫୁଲ କରିଦିଅନ୍ତୁ । କାହିଁକି ନା ମୋଦି ସରକାରଙ୍କ ନିର୍ବାଚନୀ ଅଫର୍ ଶେଷ ହେବାକୁ ଯାଉଛି ।’
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର, କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାଠଗଡାକୁ ଆଣିଛନ୍ତି ରାହୁଲ । ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ନେତା ତଥା କର୍ମୀମାନେ ଧର୍ମ ଏବଂ ମିଛ ପ୍ରଚାର କରି ଭୋଟ ନେଉଛନ୍ତି । ଏହା ସହିତ ସମାଜବାଦୀ ପାର୍ଟି ଶାସନ ସମୟରେ ଆଇନ ବ୍ୟବସ୍ଥା ଏବଂ ଗୁଣ୍ଡା ଗର୍ଦ୍ଦିକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । ସପା ଦଳ ହେଉଛି ବିଜେପି ର ‘ବି’ ଟିମ୍ ରାହୁଲ । କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଅଜୟ ରାୟଙ୍କ ସମର୍ଥନରେ ଶୁକ୍ରବାର, ବାରାଣସୀର ପିଣ୍ଡରା ବିଧାନସଭା କ୍ଷେତ୍ରରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ବିଜେପି ନେତା ଏବଂ କର୍ମୀମାନେ ଦେଶରେ କେବଳ ହିନ୍ଦୁ ଧର୍ମ ବିଷୟରେ ଆଲୋଚନା କରନ୍ତି । ହିନ୍ଦୁ ଧର୍ମର ଅର୍ଥ ହେଉଛି ସତ୍ୟ। କିନ୍ତୁ ଏମାନେ ମିଛ କହି ଲୋକଙ୍କ ଠାରୁ ଭୋଟ ନେଉଛନ୍ତି ।’