
ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ । ସେମାନଙ୍କ ସୁରକ୍ଷା ଏବେ କେନ୍ଦ୍ର ସରକାରଂକ ପାଇଁ ଚ୍ୟାଲେ୍ଜ ଥିବା ବେଳେ, ଋଷ ଫାସିରହିଥିବା ଭାରତିୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବ । ଏନେଇ ରୁଷର ବସ୍ଗୁଡ଼ିକ ବିଭିନ୍ନ କ୍ରସିଂ ପଏଣ୍ଟରେ ପ୍ରସ୍ତୁତ ହୋଇ ରହିଛନ୍ତି।
ଏଗୁଡ଼ିକ ଖୁବଶୀଘ୍ର ଖାରକିଭ ଓ ସୁମି ଭଳି ସହରରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ଉଦ୍ଧାର କରିବେ। ଏ ସମ୍ପର୍କରେ ଆଜି ରୁଷ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦକୁ ଅବଗତ କରାଯାଇଛି।
ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଭିତରେ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ବସିଥିଲା। ବୈଠକ ପାଇଁ ପ୍ରଥମେ ଆଲବାନିଆ, ଫ୍ରାନ୍ସ, ଆୟର୍ଲ୍ୟାଣ୍ଡ, ନରୱେ, ବ୍ରିଟେନ ଓ ଆମେରିକା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।
ଏହି ବୈଠକରେ ଜାତିସଂଘରେ ଅବସ୍ଥାପତି ରୁଷର ସ୍ଥାୟୀ ସଦସ୍ୟ ଭାସିଲୟ ନେବେନଜିଆ କହିଛନ୍ତି, ୟୁକ୍ରେନରେ ଫସିଥିବା ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ଉଦ୍ଧାର କରିବା ପାଇଁ ରୁଷ ସୈନ୍ୟମାନେ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି। ୟୁକ୍ରେନର ସେନା ଖାରକିଭ ଓ ସୁମୀରେ ବଳ ପୂର୍ବକ ୩୭୦୦ ଭାରତୀୟ ନାଗରିକଙ୍କୁ ବନ୍ଧକ ରଖିଛନ୍ତି।
ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ସହର ଛାଡ଼ିବାକୁ ଦେଉନାହାନ୍ତି। ଏହି ପ୍ରଭାବ ୟୁକ୍ରେନର ସାଧାରଣ ଲୋକଙ୍କ ବ୍ୟତୀତ ବିଦେଶୀ ନାଗରିକଙ୍କ ଉପରେ ମଧ୍ୟ ପଡ଼ିଛି। ଖାରକିଭରେ ୩୧୮୯ ଭାରତୀୟ, ଭିଏତନାମର ୨୭ଶହ ଓ ଚାଇନାର ୨୦୨ ଜଣ ନାଗରିକଙ୍କୁ ବଳ ପୂର୍ବକ ଅଟକ ରଖାଯାଇଛି। ସେହିପରି ସୁମୀରେ ୫୭୬ ଭାରତୀୟ, ଘାନାରର ୧୦୧ ଓ ଚାଇନାର ୧୨୧ ଜଣ ନାଗରିକ ରହିଛନ୍ତି।
ରୁଷର ବେଲଗୋରୋଡ ରିଜନରେ ୧୩୦ଟି ବସ୍ ପ୍ରସ୍ତୁତ ହୋଇ ରହିଛି। ବସ ଗୁଡ଼ିକ ନେଖୋଟୀଭକା ଓ ସୁଡଜା କ୍ରସିଂ ପଏଣ୍ଟ ଦେଇ ଖାରକିଭ ଏବଂ ସୁମୀ ଯିବେ। ବସ୍ ଯୋଗେ ସେଠାରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀ ଓ ଅନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରଯିବ ବୋଲି ସେ କହିଛନ୍ତି।