ପ୍ରଥମ ଥର ମାନିଲେ ମୋଦି ସରକାର-କୃଷକଙ୍କ ଉପରେ ଗୁରୁତର ପ୍ରଭାବ ପକାଇଛି ନୋଟବନ୍ଦୀ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ପୁରା ବିରୋଧୀ ନୋଟବନ୍ଦୀ ନିଷ୍ପତ୍ତିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି । ଏବେ କୃଷି ମନ୍ତ୍ରାଳୟର ଏହି ବୟାନ ଫଳରେ ବିରୋଧୀଙ୍କୁ କେନ୍ଦ୍ର ସରକାର ବିରୋଧରେ ଏକ ବଡ଼ ପ୍ରସଙ୍ଗ ମିଳିପାରେ ।

2016ରେ ମୋଦି ସରକାର ଦ୍ବାରା ନିଆଯାଇଥିବା ନୋଟବନ୍ଦୀ ନିଷ୍ପତ୍ତିକୁ ନେଇ ଦେଶରେ ଲଗାତାର ତର୍କ ବିତର୍କ ଜାରି ରହିଛି । ବିରୋଧୀ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କହୁଥିବାବେଳେ ସରକାର ଏହାକୁ ଲାଭପ୍ରଦ ବୋଲି କହିଆସିଛନ୍ତି ।

କିନ୍ତୁ କେନ୍ଦ୍ର ସରକାରଙ୍କର କୃଷି ମନ୍ତ୍ରାଳୟ ନିଜର ଏକ ରିପୋର୍ଟରେ କହିଛି ଯେ କୃଷକଙ୍କ ଉପରେ ନୋଟବନ୍ଦୀ ନିଷ୍ପତ୍ତିର ପ୍ରଭାବ ଖୁବ୍‌ ଗୁରୁତର ଭାବେ ପଡ଼ିଛି ।

ଅର୍ଥ ମନ୍ତ୍ରାଳୟ ସହ ଜଡ଼ିତ ସଂସଦର ଏକ ସ୍ଥାୟୀ ସମିତିର ବୈଠକରେ କୃଷି ମନ୍ତ୍ରାଳୟ ମାନିଛି ଯେ ନଗଦ ଟଙ୍କାର ଅଭାବ ଫଳରେ ଲକ୍ଷ ଲକ୍ଷ କୃଷକ, ରବି ଋତୁ ପାଇଁ ମଞ୍ଜି କିଣିପାରିନଥିଲେ । ଯାହାର ପ୍ରଭାବ ସେମାନଙ୍କ ଉପରେ ଖୁବ୍‌ ଗୁରୁତର ଭାବେ ପଡ଼ିଥିଲା । କୃଷି ମନ୍ତ୍ରାଳୟ ନୋଟବନ୍ଦୀର ପ୍ରଭାବ ନେଇ ଏକ ରିପୋର୍ଟ ସଂସଦୀୟ ସମିତିକୁ ବି ଦେଇଛି ।

Related Posts