ବର୍ଷକର ଝିଅ ଉପରେ ମାଡ଼ିଗଲା ଟ୍ରେନ୍‌ର ୨୨ଟି ବଗି, କିନ୍ତୁ ହେଲା ଚମତ୍କାର…

କଥାରେ ଅଛି ରଖେ ହରି ମାରେ କିଏ ? ଉତ୍ତରପ୍ରଦେଶର ମଥୁରା ରେଳଷ୍ଟେସନ୍‌ର ପ୍ଲାଟଫର୍ମ ନଂ ୧ରେ ଏହି କଥାର ସତ୍ୟାସତ୍ୟ ଦେଖିବାକୁ ମିଳିଛି । ସେଠାରେ ଜଣେ ମହିଳା ଯାତ୍ରୀଙ୍କ କୋଳରୁ ଏକ ବର୍ଷକର ଶିଶୁ କନ୍ୟା ରେଳଧାରଣା ଉପରେ ଖସି ପଡ଼ିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ତା’ ଉପରେ ଟ୍ରେନ୍‌ର ୨୨ଟି ବଗି ଚାଲିଯାଇଥିଲେ ମଧ୍ୟ ତା’ ଦେହରେ ଆଞ୍ଚୁଡ଼ା ଦାଗ ବି ହୋଇନାହିଁ । ଟ୍ରେନ୍ ଚାଲିଯିବା ପରେ ଲୋକମାନେ ଶିଶୁ କନ୍ୟାଟିକୁ ଉଠାଇଥିଲେ ।

ରିପୋର୍ଟ ଅନୁସାରେ ଗୋବିନ୍ଦନଗର ନିବାସୀ ସୋନୁ ନିଜର ପତ୍ନୀ ରାନୁ ଓ ଦୁଇ ଝିଅ ସାହିବା ଏବଂ ନାୟାରଙ୍କ ସହ ଝାନ୍ସୀ ଯିବାଲାଗି ସମତା ଟ୍ରେନ୍‌ରେରେ ଚଢୁଥିଲେ । ରାନୁଙ୍କ କୋଳରେ ତାଙ୍କର ଦୁଇ ଝିଅଥିଲେ । ତେବେ ଭିଡ଼ ଅଧିକ ହେବାଯୋଗୁ ଧସ୍ତାଧସ୍ତି ହୋଇଥିଲା । ସାହିବା ମା’ କୋଳରୁ ଖସି ରେଳ ଧାରଣାରେ ପଡ଼ିଯାଇଥିଲା ।

ସାହିବା ଖସି ପଡ଼ିବା କ୍ଷଣି ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା । ଏହାଦେଖି ରାନୁ ଜୋର୍ର୍‌ରେ ଚିତ୍କାର କରିଥିଲେ । ତେବେ ସାହିବାର ଭାଗ୍ୟ ଉଜ୍ଜ୍ୱଳ ଥିଲା । ରେଳଧାରଣା ନିକଟରେ ତାର ଗୋଡ଼ ଥିଲେ ମଧ୍ୟ ତାକୁ କୌଣସି ପ୍ରକାର କ୍ଷତି ପହଞ୍ଚିନଥିଲା । ଟ୍ରେନ୍ ଯିବା ପରେ ଲୋକମାନେ ମଧ୍ୟ ସେ ଦୃଶ୍ୟ ଦେଖି ଅବାକ୍ ରହିଯାଇଥିଲେ ।

Related Posts