ମୋଦି-ନବୀନ ଉଭୟ ଓଡିଶାକୁ ଲୁଟୁଛନ୍ତି, ଏମାନଙ୍କ ପାର୍ଟନରସିପ୍ କୁ ଭାଙ୍ଗି ଫିଙ୍ଗିବୁ: ରାହୁଲ ଗାନ୍ଧୀ

ଭୁବନେଶ୍ୱର,୩୦/୫(ସତ୍ୟପାଠ ବ୍ୟୁରୋ):   ଜୁନ୍ ୧ ତାରିଖରେ ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଆଜି ସରୁଛି ପ୍ରଚାର । ଆଜି ଓଡ଼ିଶା ଆସି ପ୍ରଚାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ବାଲେଶ୍ବରର ସିମୁଳିଆରେ ଜନସଭାକୁ ରାହୁଲ ଗାନ୍ଧି ସମ୍ବୋଧନ କରିଛନ୍ତି । ଜନସଭାକୁ଼ ସମ୍ବୋଧନ କରି ଆରମ୍ଭରୁ ବିଜେପି-ବିଜେଡ଼ିକୁ ଟାର୍ଗେଟ୍‌ କରିଛନ୍ତି ରାହୁଲ ଗାନ୍ଧି ।

କହିଛନ୍ତି ଯେ, ‘ ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି । ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ସମ୍ବିଧାନକୁ ସମାପ୍ତ କରିଦେବ । ଯେତେ ବି ଶକ୍ତି ଲଗାନ୍ତୁ ସମ୍ବିଧାନକୁ ସମାପ୍ତ କରିପାରିବେ ନାହିଁ । ବିଜେପି-ବିଜେଡି ମିଶିକି ଅଛନ୍ତି, ଚିନ୍ତାଧାରା ଗୋଟିଏ । ମୁଁ ବିଜେପି ବିରୋଧରେ ଲଢୁଥିବାରୁ ମୋ ନାଁରେ ୨୪ଟି ମାମଲା ହୋଇଛି । ଯଦି ନବୀନ ବିଜେପି ବିରୋଧରେ ଲଢୁଛନ୍ତି ତାଙ୍କ ନାଁରେ ମାମଲା କାହିଁକି ହେଉନି ? ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଫିଙ୍ଗି ଦେବାକୁ ଚାହୁଁଛୁ । ‘

ସେ ଆହୁରି କହିଛନ୍ତି ଯେ, ‘ଓଡ଼ିଶାରେ ପାଣ୍ଡିଆନ ସରକାର ଚଳାଉଛନ୍ତି । ଜୁନ୍ ୪ରେ ଆମ ସରକାର ହେବ, ମହାଲକ୍ଷ୍ମୀ ଯୋଜନା ଚାଲୁ କରିବୁ । ଜୁଲାଇ ୫ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ । କ୍ଷମତାକୁ ଆସିଲେ ଆମେ ଚାଷୀଙ୍କ ଋଣ ଛାଡ଼ କରିବୁ । ଅଗ୍ନିବୀର ଯୋଜନାକୁ ଅଳିଆ ଗଦାରେ ଫିଙ୍ଗିଦେବୁ । ଅଗ୍ନିବୀର ଯୋଜନା ରଦ୍ଦ କରିବୁ,ରାଜ୍ୟରେ ୩୦ ଲକ୍ଷ ନିଯୁକ୍ତି ଦେବୁ । ‘

Related Posts