ମୋଦିଙ୍କ ପାଠଶାଳା, ପରୀକ୍ଷା ପାଇଁ ପିଲାଙ୍କୁ ଦେଲେ ଟିପ୍ସ

ଆଗକୁ ପରୀକ୍ଷା ଋତୁ । ଏଥିପାଇଁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ଉପରେ ଚାପ । କିନ୍ତୁ ଏଥର ପିଲାଙ୍କ ପରୀକ୍ଷା ଟେନ୍‌ସନ୍‌ ଦୂର କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସପଳତାର ମନ୍ତ୍ର ଦେଇଛନ୍ତି । କାର୍ଯ୍ୟକ୍ରମର ନାଁ ଥିଲା ପରୀକ୍ଷା ପେ ଚର୍ଚ୍ଚା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ ସାରା ଦେଶରୁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଅଭିଭାବକ ।

ଅଭିଭାବକମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କହିଛନ୍ତି ପିଲାଙ୍କ ରିପୋର୍ଟ କାର୍ଡ ବାପା ମା’ଙ୍କ ପାଇଁ ଭିଜିଟିଂ କାର୍ଡ ନ ହେଉ । ନିଜ ଇଛାକୁ ପିଲାଙ୍କ ଦ୍ୱାରା ପୂରଣ କରିବାକୁ ଚେଷ୍ଟା ନ କରନ୍ତୁ ବାପା ମା’ । ପିଲାଙ୍କୁ ନିଜ ଭବିଷ୍ୟତର ନିର୍ଣ୍ଣୟ ନେବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଅନ୍ତୁ ।

ସମୟର ସଦୁପଯୋଗ ଓ ସଫଳତା ଭିତରେ ସିଧାସଳଖ ସମ୍ପର୍କ ରହିଛି । ଛାତ୍ରଛାତ୍ରୀଙ୍କୁ ସମୟାନୁବର୍ତ୍ତିତା ସମ୍ପର୍କରେ ମଧ୍ୟ ଗୁରୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପରୀକ୍ଷା ବାବଦରେ ଗୁରୁତ୍ବପୂର୍ଣ୍ଣ ଉପଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ପରୀକ୍ଷାରେ ଭୁଲ ହୋଇଗଲେ ଭବିଷ୍ୟତ ବଦଳି ଯିବନାହିଁ । ପରୀକ୍ଷା ହଲ୍‌ ବାହାରେ ଆହୁରି ଏକ ବଡ଼ ଦୁନିଆ ରହିଛି । ନିଷ୍ଠା ଓ ଆତ୍ମବିଶ୍ୱାସ ଉପରେ ଛାତ୍ରଛାତ୍ରୀ ଭରସା କରିବା ଉଚିତ । ପରୀକ୍ଷାକୁ ନେଇ ଅତ୍ୟଧିକ ଚାପ ନ ନେବାକୁ ପରାମର୍ଶ ଦେଇଛନ୍ତି ମୋଦି ।

ଚାପମୁକ୍ତ ମନରେ ପରୀକ୍ଷା ପିଲାଏ କେମିତି ପରୀକ୍ଷା ଦେବେ ସେ ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଉପଦେଶ ଦେଇଛନ୍ତି । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୨୦୦୦ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ।

Related Posts