ବଢ଼ିବ ସିନେମା ହଲ୍‌ର ସୁରକ୍ଷା, ଲାଗିବ ସିସିଟିଭି କ୍ୟାମେରା

ସିନେମା ହଲରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା । ସିନେମା ହଲର ମାଲିକ ଦର୍ଶକଙ୍କ ସୁରକ୍ଷା ପାଇଁ ଘରୋଇ ସୁରକ୍ଷା କର୍ମୀ ନିଯୁକ୍ତ କରିବା ସହ ସିସିଟିଭି କ୍ୟାମେରା ଲଗାଇବେ । ଏ ନେଇ ସିନେମା ହଲର ମାଲିକଙ୍କ ସହ ଭୁବନେଶ୍ବର ଡିସିପି ଖୁବ ଶୀଘ୍ର ଆଲୋଚନା କରିବେ । ସିନେମା ହଲରେ ବାରମ୍ବାର ଅଘଟଣ ଘଟୁଥିବାରୁ କମିଶନରେଟ ପୋଲିସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଗତ କିଛି ଦିନ ତଳେ ଭୁବନେଶ୍ବରରେ ଜଣେ ସାମ୍ବାଦିକଙ୍କୁ ସିନେମା ହଲ ମଧ୍ୟରେ ମାଡ ଅଭିଯୋଗ ହୋଇଥିଲା । ଘଟଣାରେ ପୋଲିସ ୩ ଜଣ ଛାତ୍ରଙ୍କୁ ଗିରଫ କରିଛି ।

ସେହିପରି ସୋମବାର ରାତିରେ କେଶରୀ ସିନେମା ହଲରୁ ସିନେମା ଦେଖି ଫେରୁଥିବା ୩ ଜଣ ଛାତ୍ରୀଙ୍କୁ, ଜଣେ ଯୁବକ ଜାଣିଶୁଣି ଗାଡ଼ି ଧକ୍କା କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ସୁଜନ ଦାସ ନାମକ ଜଣେ ଯୁବକକୁ ଗିରଫ କରିଛି ।

Related Posts