ବାଜିଲା ‘19’ ବିଗୁଲ୍‌:ଡିସେମ୍ବର 24ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଖୋର୍ଦ୍ଧାରେ ଜନସଭା

ବାଜିଲା ନିର୍ବାଚନୀ ବିଗୁଲ୍‌ । ଆସନ୍ତା 24 ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୋର୍ଦ୍ଧାରେ ଏକ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ବିଭିନ୍ନ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ବରରେ ୧୨୬୦ କୋଟି ଟଙ୍କାରେ ନିର୍ମିତ IITକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

ବ୍ରହ୍ମପୁରରେ ନିର୍ମାଣ ହେବାକୁ ଥିବା IISERର ଶିଳାନ୍ୟାସ ହେବ । ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଉନ୍ମୋଚନ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଲଳିତଗିରିରେ ବୁଦ୍ଧଙ୍କ ଉପରେ ଆଧାରିତ ମ୍ୟୁଜିଅମର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ବୋକାରୋ-ଅନୁଗୁଳ ଗ୍ୟାସ୍‌ ପାଇପ୍‌ଲାଇନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ, ଚଣ୍ଡୀଖୋଲ-ଭଦ୍ରକ ଜାତୀୟ ରାଜପଥକୁ ୬ ଲେନ୍‌ କରିବାର ଭୂମିପୂଜନ କରାଯିବ । ଟାଙ୍ଗୀ-ପୁଇଁତଳା ଜାତୀୟ ରାଜପଥକୁ ବି ୬ ଲେନ୍‌ କରିବା ପାଇଁ ଭୂମି ପୂଜନ ହେବ ।

ଭୁବନେଶ୍ବର ଖଣ୍ଡଗିରିରେ ଓଭରବ୍ରିଜ୍‌ ପାଇଁ ଶିଳାନ୍ୟାସ ହେବ । ଭୁବନେଶ୍ବରରେ ESI ହସ୍ପିଟାଲର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାଛଡ଼ା ପ୍ରଧାନମନ୍ତ୍ରୀ ଖୋର୍ଦ୍ଧାରେ ଏକ ଜନସଭାକୁ ସମ୍ବୋଧନ କରିବେ ।

Related Posts