ଏକତରଫା ପ୍ରେମରୁ ଭୟଙ୍କର ହତ୍ୟା, ଯୁବତୀଙ୍କୁ ମାରି ମୁଣ୍ଡ ଓ ଗଣ୍ଡି ଅଲଗା କଲା ଡ୍ରାଇଭର

ପୁରୀ ସତ୍ୟବାଦୀରୁ ନିଖୋଜ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ବରରେ ହତ୍ୟା କରାଯାଇଛି । ହତ୍ୟା ପରେ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଛନ୍ତି ହତ୍ୟାକାରୀ । ଚନ୍ଦକା ମଳିପଡ଼ାରୁ ଯୁବତୀଙ୍କ ମୁଣ୍ଡବିହୀନ ମୃତଦେହ ଜବତ କରିଛି ପୋଲିସ । ମୃତ ଯୁବତୀ ପୁରୀ ସତ୍ୟବାଦୀ ଅଞ୍ଚଳର ବୋଲି ଚିହ୍ନଟ କରାଯାଇଛି ।

ଗତ ୧୩ ତାରିଖରୁ ନିଖୋଜ ଥିଲେ ଯୁବତୀ । ଏହି ଘଟଣାରେ ପୋଲିସ ଡେଲାଙ୍ଗ ଥାନା କୁଞ୍ଜର ଅଞ୍ଚଳର ଅଭିଯୁକ୍ତ ଯୁଧିଷ୍ଠିର ସ୍ବାଇଁକୁ ଗିରଫ କରିଛି । ଡ୍ରାଇଭର ଭାବେ କାମ କରୁଥିବା ଯୁବତୀଙ୍କର ପ୍ରେମ ସଂପର୍କ ଥିଲା । ସେ ବିବାହ ପାଇଁ ଜିଦ୍ ଧରୁଥିଲେ । ମାତ୍ର ଯୁଧିଷ୍ଠିରଙ୍କ ପରିବାର ଲୋକେ ରାଜି ନ ଥିଲେ । ଯୁବତୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଯୁଧିଷ୍ଠିର ।

ପୂର୍ବ ଯୋଜନା ଅନୁଯାୟୀ ଯୁଧିଷ୍ଠିର ତାଙ୍କୁ ଚନ୍ଦକା ମଳିପଡ଼ାର ଜଙ୍ଗଲକୁ ଆଣି ସେଠାରେ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ପରେ ଧାରୁଆ ଛୁରିରେ ବେକ ପାଖରୁ ମୁଣ୍ଡ କାଟି ଅଲଗା କରିବା ପରେ ମୃତଦେହଠାରୁ କିଛି ଦୂରରେ ଫିଙ୍ଗି ଦେଇଥିଲା ବୋଲି ପୋଲିସ ଆଗରେ ସ୍ବୀକାର କରିଛି ।

Related Posts