ମୋଦି ମୋତେ ସୂର୍ପଣଖା କହିଥିଲେ, ସେତେବେଳେ ମିଡ଼ିଆ କେଉଁଠି ଥିଲା ?; ଖଡ୍‌ଗେଙ୍କ ରାବଣ ମନ୍ତବ୍ୟ ପରେ କହିଲେ ରେଣୁକା ଚୌଧୁରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାବଣ ସହ ତୁଳନା କରିବା ପରେ ଏହାକୁ ନେଇ ବିବାଦ ଉପୁଜିଛି। ଖଡ୍‌ଗେ ଏବଂ କଂଗ୍ରେସ ଦଳ ଉପରେ ବିଜେପି ନେତା ମାନେ ଜୋରଦାର ଟାର୍ଗେଟ କରୁଛନ୍ତି। ତେବେ ଏହି ବିବାଦ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ରେଣୁକା ଚୌଧୁରୀ ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସୂର୍ପଣଖାଙ୍କ ସହ ତୁଳନା କରିଥିଲେ, ସେତେବେଳେ ଗଣମାଧ୍ୟମ କେଉଁଠାରେ ଥିଲା ? ରେଣୁକା ଚୌଧୁରୀଙ୍କ ଏହି ଟୁଇଟ୍ ପରେ ୨୦୧୮ରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ଅନେକ ଭିଡିଓ କ୍ଲିପ୍ ଭାଇରାଲ୍ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଗୁଜୁରାଟରେ ନିର୍ବାଚନ ପ୍ରଚାର ସମୟରେ ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କଟାକ୍ଷ କରିଥିଲେ। ସେ କହିଥିଲେ ଯେ, ପୌର ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ, ପ୍ରଧାନମନ୍ତ୍ରୀ ତାଙ୍କର ଭାବମୁର୍ତ୍ତି ଦେଖାଇ ଲୋକଙ୍କୁ ମତଦାନ କରିବାକୁ କହୁଛନ୍ତି। ଆମେ କେତେଥର ଆପଣଙ୍କ ମୁଁହ ଦେଖି ଭୋଟ ଦେବୁ। ଆପଣଙ୍କର କ’ଣ ରାବଣଙ୍କ ଭଳି ୧୦୦ଟି ମୁଣ୍ଡ ଅଛି କି?

ତେବେ ଏହାକୁ ନେଇ ବିବାଦ ଭିତରେ ରେଣୁକା ଚୌଧୁରୀଙ୍କ ଟ୍ୱିଟ ଆସିଛି । ଏହାପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ତାଙ୍କ ସପକ୍ଷରେ ଏବଂ କିଛି ବିରୋଧରେ ବାହାରିଛନ୍ତି। ଅନେକ ଉପଭୋକ୍ତା କଂଗ୍ରେସ ନେତାଙ୍କୁ ସୂର୍ପଣଖା ଉପରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିର ଭିଡିଓ ମାଗିଥିବାବେଳେ ଅନେକ ଏହି ଭିଡିଓ ପୋଷ୍ଟ କରି ରେଣୁକା ଚୌଧୁରୀଙ୍କୁ କୋଣ ଅନୁକୋଣରେ ପହଞ୍ଚାଇବାକୁ କରିବାକୁ ଚେଷ୍ଟା କରିଥିଲେ।

ବାସ୍ତବରେ, ଏହି ଭିଡିଓ ୨୦୧୮ ରେ ସଂସଦ ଅଧିବେଶନ ସମୟର ଅଟେ। ଆଉ ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଚେୟାରମ୍ୟାନ୍‌ ମହୋଦୟ, ଆପଣ ରେଣୁକା ଚୌଧୁରୀଙ୍କୁ ଅଟକାନ୍ତୁ ନାହିଁ। ରାମାୟଣ ଧାରାବାହିକ ପରେ ଏପରି ହସ ଶୁଣିବାର ସୁଯୋଗ ମିଳିଛି। ତେବେ ଖଡ୍‌ଗେଙ୍କ ବିବୃତ୍ତି ପରେ ବିଜେପି ଏଥିରୁ ପ୍ରତିଶୋଧ ନେଇଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଏହା ଗୁଜରାଟର ଲୋକଙ୍କ ପାଇଁ ଅପମାନ। ଏନେଇ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

Related Posts