ନୂଆ ସଂସଦ ଭବନ ଉପରେ ନିର୍ମାଣ କରାଯାଇଥିବା ୬.୫ ମିଟର ଉଚ୍ଚତାର ଅଶୋକ ସ୍ତମ୍ଭକୁ ଉଦଘାଟନ କଲେ ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆ ସଂସଦ ଭବନ ଉପରେ ନିର୍ମାଣ କରାଯାଇଥିବା ୬.୫ ମିଟର ଉଚ୍ଚତାର ଅଶୋକ ସ୍ତମ୍ଭକୁ ଉଦଘାଟନ କଲେ ମୋଦି । ଏହି ଅବସରରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅଶୋକ ସ୍ତମ୍ଭ ପିତ୍ତଳରେ ନିର୍ମିତ। ଅଶୋକ ସ୍ତମ୍ଭର ଉଦଘାଟନ ଅବସରରେ ସଂସଦ ଗୃହର ନୂତନ କୋଠା ନିର୍ମାାଣରେ ନିୟୋଜିତ ଶ୍ରମିକମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଥାବାର୍ତ୍ତା କରିଥିଲେ।

ଏହି ଅଶୋକ ସ୍ତମ୍ଭ ନିର୍ମାଣ ପାଇଁ ୯ ମାସ ସମୟ ଲାଗିଛି। ଏହାର ଓଜନ ୯,୫୦୦ କିଲୋଗ୍ରାମ ଏବଂ ଚଉଡା ୪.୪ ମିଟର ବୋଲି ଅଧିକାରୀ କହିଛନ୍ତି। ସଂସଦ ଗୃହର ନୂତନ ଭବନର ଛାତ ମଝିରେ ଏହା ସ୍ଥାପିତ ହୋଇଛ। ଏହି ସ୍ତମ୍ଭ ନିର୍ମାଣରେ ମୋଟ ୮ଟି ପର୍ଯ୍ୟାୟରେ କାର୍ଯ୍ୟ କରାଯାଇଛି। ଏହାପରେ ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ କରିଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts