15 ତାରିଖରେ ପୁଣି ନବୀନ ବନାମ ମୋଦି !

2019ର ମହାଲଢ଼େଇ ପାଇଁ ରାଜ୍ୟର ରାଜନୀତି ସରଗରମ ହେବାରେ ଲାଗିଛି । ଜୋରଦାର ହେଉଛି ରାଜନୈତିକ ଯୁଦ୍ଧ । କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ସାଙ୍ଗକୁ ବିଜେଡି ବି ହୋଇଉଠିଛି ଆକ୍‌ଟିଭ୍‌ । କଂଗ୍ରେସ ବି ରାହୁଲଙ୍କ ଗସ୍ତ ପାଇଁ ସକ୍ରିୟ ହୋଇଯାଇଛି ।

ଆସନ୍ତା 15 ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର କାର୍ଯ୍ୟକ୍ରମ ବଲାଙ୍ଗୀରରେ । ବଲାଙ୍ଗୀର ପଥରପେଚା ପଡ଼ିଆରେ ଆୟୋଜିତ ଜନସଭାରେ ଯୋଗଦେବେ ମୋଦି । ଏପଟେ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ନବୀନ, ଏଠାରେ ବି ସଭାର ଆୟୋଜନ କରୁଛି ବିଜେଡି । ସେପଟେ 25 ତାରିଖରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଅଧ୍ୟକ୍ଷ ପଦରେ ବସିବା ପରେ ଏହା ରାହୁଲଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏଥିପାଇଁ କଂଗ୍ରେସ ମହଲରେ ଉତ୍ସାହ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ ପାଇଁ ଭାରତୀୟ ଜନତା ପାର୍ଟି ବ୍ୟାପକ ପ୍ରସ୍ତୁତି କରୁଛି । ଗତ ମାସକ ଭିତରେ ଏହା ପ୍ରଧାନମନ୍ତ୍ରୀଙ୍କର ତୃତୀୟ ଓଡ଼ିଶା ଗସ୍ତ । ୫ ଦିନ ତଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିଲେ । ବାରିପଦା ଠାରେ ସରକାରୀ ଓ ଦଳୀୟ ସମାବେଶରେ ଯୋଗ ଦେଇଥିଲେ । ସେହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ମଧ୍ୟ ପୁରୀରେ ଅନୁଷ୍ଠିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Related Posts