ହସ୍ପିଟାଲ ଯାଇ ଅସୁସ୍ଥ ମା’ଙ୍କୁ ଭେଟିଲେ ମୋଦି, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଲେ ଡାକ୍ତର

ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରା ବେନ ବୁଧବାର ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏକ ଡାକ୍ତରୀ ଟିମ୍ ଲଗାତର ଭାବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ହସ୍ପିଟାଲ ତରଫରୁ ବୁଧବାର ଦ୍ୱିପ୍ରହରେ ଏକ ବୁଲେଟିନ ଜାରି କରାଯାଇ କୁହାଯାଇଛି କି ଏବେ ହୀରାବେନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ସେପଟେ ମା’ ଅସୁସ୍ଥ ଥିବା ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଢେ ତିନିଟାରେ ଅହମ୍ମଦାବାଦ ପହଂଚିଛନ୍ତି । ସେ ସେଠାରୁ ସିଧାସଳଖ ମେଡିକାଲ ଯାଇ ମା’ଙ୍କୁ ଭେଟିଛନ୍ତି । ତେବେ କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ହୀରାବେନଙ୍କୁ ଭେଟିବାକୁ ଗୁଜରାଟ ମୁ୍ଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ହସ୍ପିଟାଲରେ ପହଂଚିଛନ୍ତି ।

Related Posts