ଟିଏମସିର ଟ୍ୱିଟର ହ୍ୟାଣ୍ଡେଲକୁ ଅନଫଲୋ କଲେ ମହୁଆ ମୋଇତ୍ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟିଏମସିର ଟ୍ୱିଟର ହ୍ୟାଣ୍ଡେଲକୁ ଅନଫଲୋ କଲେ ମହୁଆ ମୋଇତ୍ରା । ତେବେ ମା’ କାଳୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବା ପାଇଁ ଦଳ ତାଙ୍କ ଠାରୁ ଦୂରେଇ ରହିଥିଲା । ଏପରିକି ଏହା ହେଉଛି ତାଙ୍କର ବ୍ୟକ୍ତିଗତ ମତ ବୋଲି ମଧ୍ୟ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଥିଲା । ଅନ୍ୟପଟେ ମହୁଆ ଏବେ ବି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫଲୋ କରୁଛନ୍ତି । ସେପଟେ ଡକୁ୍ୟମେଣ୍ଟରୀ ଫିଲ୍ମ କାଳୀର ପୋଷ୍ଟରକୁ ନେଇ ଦେଶରେ ବିବାଦ ଜାରି ରହିଛି ।

ଏଥିରେ ମା’ କାଳୀଙ୍କୁ ସିଗାରେଟ ଟାଣୁଥିବାର ଦେଖିବାକୁ ମିଳିଛି । ଏଥିସହ ଆଉ ଗୋଟିଏ ହାତରେ ଏଲଜିବିଟି ସମ୍ପ୍ରଦାୟର ଏକ ପତାକା ଧରିଥିବା ନଜର ଆସିଛି । ତେବେ ଏହି ଡକୁ୍ୟମେଣ୍ଟରୀ ଫିଲ୍ମର ନିର୍ମାତା ହେଉଛନ୍ତି ଲୀନା ମଣିମେକଲଇ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts