ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ସୁନାବେଶ ପାଇଁ ପୁରୀ ରେ ଭକ୍ତ ମାନେ କିପରି ସୁରୁଖୁରୁରେ ପାଇଞ୍ଚିବେ ସେନେଇ ପୂର୍ବ ତଟ ରେଳବାଇ ପକ୍ଷରୁ କିଛି ସ୍ଵତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତି ନିଆ ଯାଇଛି। ଆସନ୍ତା ଜୁଲାଇ ୧୦ ତାରିଖ ରେ ମହାପ୍ରଭୁ ଙ୍କର ସୁନାବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥି ପାଇଁ ପୁରୀ କୁ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହେବାକୁ ଯାଉଛି।
ଦୀର୍ଘ ଦୁଇବର୍ଷ ପରେ ଭକ୍ତ ମାନେ ପ୍ରତ୍ୟକ୍ଷ ଭାବେ ସୁନା ବେଶ ଦେଖିବାକୁ ପାଇବେ ତେଣୁ ପ୍ରବଳ ଜନ ସମାଗମ କୁ ଦୃଷ୍ଟି ରେ ରଖି ପୂର୍ବତଟ ରେଳବାଇ ତରଫ ରୁ ପୁରୀ କୁ ୧୫ ଟି ସ୍ଵତନ୍ତ୍ର ଟ୍ରେନ ଚାଲିବାକୁ ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଛି । ସେପରି ସେହି ଦିନ ୧୬ ଟି ସ୍ଵତନ୍ତ୍ର ଟ୍ରେନ ମଧ୍ୟ ପୁରୀ ରୁ ଗଡିବା ନେଇ ସୂଚନା ମିଳିଛି।
