
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ୧୨୦୦ ରୁ ଉର୍ଦ୍ଧ ଉପହାରକୁ ନିଲାମ କରାଯିବ। ମୋଦିଙ୍କ ଉପହାର ଇ-ଅକ୍ସନର ଚତୁର୍ଥ ସଂସ୍କରଣ ପ୍ରକ୍ରିୟା ଆସନ୍ତା ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଏହି ନିଲାମରୁ ଆସିବାକୁ ଥିବା ଅର୍ଥ ନମାମୀ ଗଙ୍ଗେ ମିଶନରେ ବ୍ୟୟ ହେବ ବୋଲି ଜଣାପଡିଛି। ଓ୍ବେବ୍ ପୋର୍ଟାଲ pmmementos.gov. ଜରିଆରେ ଏହି ନିଲାମ ପ୍ରକ୍ରିୟା ହେବ ବୋଲି ନ୍ୟାଶନାଲ ଗ୍ୟାଲେରି ଅଫ୍ ମଡର୍ନ ଆର୍ଟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ କହିଛନ୍ତି।
ସୂଚନା ଅନୁସାରେ ଉପହାର ଗୁଡ଼ିକର ମୂଲ୍ୟ ୧୦୦ ଟଙ୍କା ଠାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଉପହାର ମଧ୍ୟରେ ବିଭିନ୍ନ ଦେବଦେବୀଙ୍କ ପ୍ରତିମୂର୍ତ୍ତି, ପେଣ୍ଟିଂ, ହସ୍ତଶିଳ୍ପ, ମେଡାଲ ଜିତିଥିବା କ୍ରୀଡ଼ାବିତ୍ଙ୍କ ଟି-ଶର୍ଟ, ବକ୍ସିଂ ଗ୍ଲୋଭ୍ସ, ଜାଭେଲିନ୍ ଇତ୍ୟାଦି ରହିଥିବା ଜଣାପଡିଛି।