ହଷ୍ଟେଲ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଲେ ଛାତ୍ରୀ | କେନ୍ଦୁଝର ଜିଲ୍ଲା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ହଷ୍ଟେଲରେ ଖାଦ୍ୟ ଖାଇ ୧୫ରୁ ଉର୍ଦ୍ଧ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି | ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି | ଏନେଇ ସମସ୍ତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ୮ ଜଣ ଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ଜଣ ଛାତ୍ରୀ ଏବେ ବି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ଥିଲା। ପିଲାମାନେ ଖେଳ ସାରି ହଷ୍ଟେକୁ ଯାଇ ସେଠାରେ ଖାଦ୍ୟ ଖାଇଥିଲେ। ହଠାତ୍ ସନ୍ଧ୍ୟା ସମୟରେ ୧୫ ଜଣ ଛାତ୍ରୀ ସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କୁ ଝାଡାବାନ୍ତି ହୋଇଥିଲା। ପରେ ସମସ୍ତ ଛାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ହଷ୍ଟେଲ ୱାଡେନ ପ୍ରିୟଦର୍ଶନୀ ମହାନ୍ତ କହିଛନ୍ତି, ପିଲାମାନଙ୍କୁ କ’ଣ ପାଇଁ ଝାଡ଼ାବାନ୍ତି ସେନେଇ ଏବେ ସଠିକ ଭାବେ କିଛି ସୂଚନା ଦେଈହବନି | ପ୍ରତିଦିନ ପରି ଆଜି ମଧ୍ୟ ଛାତ୍ରଛାତ୍ରୀ ହଷ୍ଟେଲ ଖାଦ୍ୟ ଖାଇଥିଲେ | ଅନ୍ୟ କୌଣସି ଛାତ୍ରୀମାନଙ୍କର କିଛି ହୋଇନଥିବା ବେଳେ, ପିଲାମାନେ ବାହାର ଖାଦ୍ୟ ଖାଇବା ଯୋଗୁ ଏପରି ସମସ୍ୟା ଦେଖା ଦେଇଛି ବୋଲି ସୂଚନା ଦେଇଛନ୍ତି |





