ଟୀକାକରଣ ଆରମ୍ଭ ହେବାର ୬ ମାସ ମଧ୍ୟରେ ୫୦ କୋଟିରୁ ଅଧିକ ଲୋକଙ୍କୁ ଟୀକା ଦିଆଯାଇଛି : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୫୦ କୋଟି ଲୋକଙ୍କୁ ଡୋଜ୍‌ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଶୁକ୍ରବାର ଦିନ ୪୩.୨୯ ଲକ୍ଷ ଡୋଜ ଦିଆଯିବା ପରେ ଦେଶର ଟୀକାକରଣ କଭରେଜ ୫୦.୦୩ କୋଟି ଡୋଜ ଛୁଇଁଛି। ସେଥିମଧ୍ୟରେ ୩୮ କୋଟି ୯୪ ଲକ୍ଷ ୭୫ ହଜାର ୫୨୦ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ ୧୧ କୋଟି ୮ ଲକ୍ଷ ୭୩ ହଜାର ୩୪୬ ଜଣଙ୍କୁ ଦୁଇ ଡୋଜ ଟିକା ଦିଆଯାଇଛି। ସୂଚନା ମୁତାବକ ପ୍ରଥମ ୧୦ କୋଟି ଡୋଜ୍‌ ଦେବା ପାଇଁ ୮୫ ଦିନ ସମୟ ଲାଗିଥିଲା।

୧୦ରୁ ୨୦ କୋଟି ଲାଗି ୪୫ ଦିନ ସମୟ ଲାଗିଥିବାବେଳେ ୨୦ରୁ ୩୦ କୋଟି ପାଇଁ ୨୯ ଦିନ ସମୟ ଲାଗିଥିଲା।ଜାନୁଆରୀ ୧୬ ରେ, ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପ୍ରାଥମିକତା ଦେଇ ଭାରତ ଟୀକାକରଣ ଡ୍ରାଇଭ ଆରମ୍ଭ କରାଯାଇଥିଲା। ଶୁକ୍ରବାର ସୁଦ୍ଧା ଶୁକ୍ରବାର ସୁଦ୍ଧା ୧ କୋଟି ୩ ଲକ୍ଷ ୨୮ ହଜାର ୫୦୩ ସ୍ବାସ୍ଥ୍ୟସେବା କର୍ମଚାରୀ ପ୍ରଥମ ଡୋଜ ପାଇ ସାରିଛନ୍ତି। ଉଭୟ ଡୋଜ ୭୯,୫୧,୮୭୬ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି। ୧ କୋଟି ୮୦ ଲକ୍ଷ ୪୮ ହଜାର ୯୩୭ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପ୍ରଥମ ଡୋଜ ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ୩୦ରୁ ୪୦ କୋଟି ଡୋଜ୍‌ ପାଇଁ ୨୪ ଦିନ ଲାଗିଥିବାବେଳେ ୫୦ କୋଟି ଟିକାକରଣ ଅର୍ଥାତ୍‌ ୧୦ କୋଟି ଡୋଜ୍‌ ଲାଗି ମାତ୍ର ୨୦ ଦିନ ସମୟ ଲାଗିଥିଲା। ଗତ ୨୪ ଘଣ୍ଟାରେ ୪୯ ଲକ୍ଷ ୫୫ ହଜାର ୧୩୮ ଡୋଜ ଦିଆଯାଇଛି। ସେଥିମଧ୍ୟରେ ୩୨ ଲକ୍ଷ ୧୦ ହଜାର ୬୧୩ ପ୍ରଥମ ଡୋଜ ଥିବାବେଳେ ୧୧ ଲକ୍ଷ ୧୯ ହଜାର ୬୦ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି।

ସେହିପରି ୧୮ ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ୧୭ କୋଟି ୨୩ ଲକ୍ଷ ୨୦ ହଜାର ୩୯୪ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଛି। ସେହିପରି ୧ କୋଟି ୧୨ ଲକ୍ଷ ୫୬ ହଜାର ୩୧୭ ଜଣ ଲୋକଙ୍କୁ ଉଭୟ ଡୋଜ ଟିକା ଦିଆଯାଇଛିି। ଅନ୍ୟ ପକ୍ଷରେ ୪୫ ରୁ ୫୯ ବର୍ଷ ବୟସ୍କଙ୍କ ମଧ୍ୟରୁ ୧୧,୦୭,୬୬,୮୬୩ ଜଣଙ୍କୁ ପ୍ରଥମ ଏବଂ ୪,୧୯,୨୩,୯୨୦ ଉଭୟ ଡୋଜ ଦିଆଯାଇଛି। ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୭,୮୦,୧୦,୮୨୩ ଜଣ ପ୍ରଥମ ଡୋଜ ପ୍ରଦାନ କରାଯାଇଛ ଏବଂ ୩ ,୮୦,୯୦,୬୮୫ ଲୋକ ଉଭୟ ଡୋଜ ଗ୍ରହଣ କରିଛନ୍ତି। ପାଞ୍ଚଟି ରାଜ୍ୟ ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ୧ କୋଟିରୁ ଅଧିକ ଟିକା ଦିଆଯାଇଛି।

ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଦିଲ୍ଲୀ, ହରିୟାଣା, ଝାଡଖଣ୍ଡ, କେରଳ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ପ୍ରତି ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି। ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ୪୩୨୯୬୭୩ ଡୋଜ ଟିକା ଦିଆଯାଇଛି। ୩୨୧୦୬୧୩ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ ୧୧୧୯୦୬୦ ଲୋକଙ୍କୁ ସନ୍ଧ୍ୟା ୭ ଟା ସୁଦ୍ଧା ଦ୍ୱିତୀୟ ଡୋଜ ଟିକା ଦିଆଯାଇଥିଲା।

Related Posts