ଏପ୍ରିଲ୍ ୧୧ରୁ ରାଜ୍ୟରେ ସକାଳୁଆ ସ୍କୁଲ୍

ଭୁବନେଶ୍ୱର,୧/୪ (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ୍ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ଆରମ୍ଭ ହେବ । ସକାଳ ୭ଟାରୁ ପାଠପଢ଼ା ଆରମ୍ଭ ହୋଇ ବିଦ୍ୟାଳୟ ଦିନ ୧୧ଟା ୩୦ରେ ସରିବ ।

ତେବେ ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍ଥାନୀୟ ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ ସ୍କୁଲ ମାନଙ୍କର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରି ପାରିବେ । ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟମାନଙ୍କରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୩-୨୪ ଶିକ୍ଷା ବର୍ଷରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହେବ । ଏପ୍ରିଲ ୩ରୁ ୮ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଶେଷ ହେବ ।

Related Posts