“ଅଧିକାଂଶ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ପରିଚିତ ମାନେ ହିଁ ଘଟଣା ଘଟାନ୍ତି”: ଅଶୋକ ଗେହଲଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଧିକାଂଶ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ସହ ଜଡିତ ସେମାନଙ୍କ ପରିଚିତ ମାନେ ଏହି ଘଟଣାମାନ ଘଟାନ୍ତି। ଦୁଷ୍କର୍ମ ସମ୍ପର୍କରେ ଏପରି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସେ କହିଛନ୍ତି ରାଜସ୍ଥାନରେ ଅପରାଧ ନିୟନ୍ତ୍ରଣରେ ଅଛି। ଦୁଷ୍କର୍ମ କରିବାକୁ କେହି ବିଦେଶରୁ ଆସୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ମହିଳାମାନଙ୍କ ବିରୋଧରେ ସର୍ବାଧିକ ଅପରାଧ ହାର ଥିବା ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ଥାନକୁ ସ୍ଥାନିତ କରଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଦିନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରତ୍ୟେକ କ୍ଷେତ୍ରରେ ଏଫଆଇଆର ର ବାଧ୍ୟତାମୂଳକ ପଞ୍ଜୀକରଣ ହେତୁ ଏହି ସଂଖ୍ୟା ବଢ଼ିଛି। ଏହା ମଧ୍ୟରୁ ଅଧା ଘଟଣା ପରେ ମିଥ୍ୟା ବୋଲି ତଦନ୍ତରୁ ଜଣାପଡିଛି।

ଗେହଲଟ ଆହୁରି କହିଛନ୍ତି ଯେ, ରାଜସ୍ଥାନ ପୋଲିସ ଚମତ୍କାର କାର୍ଯ୍ୟ କରୁଛି। ରାଜସ୍ଥାନରେ ଅପରାଧ ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍‌ କାରଣ ଆମେ ରାଜ୍ୟରେ ଆଗରୁ ଥିବା ପରିବେଶରେ ସୁଧାର କରିଛୁ। ପୋଲିସ ଷ୍ଟେସନ ଭିତରେ ମଧ୍ୟ ଧୀରେ ଧୀରେ ବାତାବରଣ ବଦଳୁଛି। ବାଧ୍ୟତାମୂଳକ ଏଫଆଇଆର ପଞ୍ଜିକରଣ କରିବା ଏକ ଅତ୍ୟନ୍ତ ବୈପ୍ଳବିକ ନିଷ୍ପତ୍ତି ବୋଲି ଗେହଲଟ କହିଛନ୍ତି।

Related Posts