ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ଫସିଥିବା ନୂପୁର ଶର୍ମାଙ୍କ ପାଇଁ ଅଡ଼ୁଆ ଥମିବାର ନାଁ ଧରୁନି । ନିଜ ବୟାନ ସେ ସେ ଭୁଲ୍ ମାଗିବା ପରେ ମଧ୍ୟ ରାଜନୀତି ଜୋର୍ ଧରିଛି । ତେବେ ଏହାରି ମଧ୍ୟରେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କତାର, କୁଏତ ଓ ଇରାନ ଭଳି ରାଷ୍ଟ୍ରଗୁଡ଼ିକ ଭାରତକୁ ସମନ କରିବା ପରେ ଭାରତ ମଧ୍ୟ ତାର ଜବାବ ଦେଇଛି। ତେବେ ଏହି ମାମଲାରେ ବିଜେପି ନୂପୁରଙ୍କୁ ଦଣ୍ଡ ଦେଇସାରିଛି ଓ ନିଜକୁ ମନ୍ତବ୍ୟରୁ ଦୂରେଇ ରଖିଛି।
ବିଦେଶରୁ ଯାହା ପ୍ରତିକ୍ରିୟା ଆସୁଛି ତାକୁ ଆହୁରି ବଳ ଦେଉଛି ଦେଶର ନେତାମାନଙ୍କର ବୟାନ। ମଧ୍ୟପ୍ରାଚ୍ୟ ଦେଶ ଭାରତ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ ନକରୁ ପଛେ ହେଲେ ନିଜ ଦେଶର ନେତାମାନେ କିନ୍ତୁ ଏମିତି ଧମକ ଦେଉଛନ୍ତି।
ହାଇଦ୍ରାବାଦ ସାଂସଦ ଅସଦୁଦ୍ଦି ଓୱେସୀ କିଛି ଏମିତି ଚେତାବନୀ ଦେଇଛନ୍ତି। ନୂପୁର ଶର୍ମାଙ୍କୁ ଗିରଫ କର ନହେଲେ ଗଲ୍ଫ ଦେଶ ଭାରତରେ ଭାରତକୁ ଲୋକହସା ହେବାକୁ ପଡ଼ିବ ବୋଲି ଓୱେସୀ କହିଛନ୍ତି।
ନୁପୁରଙ୍କ ଗିରଫ ଦାବି କରି ଓୱେସୀ କହିଛନ୍ତି ” ଭାରତ ତାର ଛବି ହରାଇଛି। ଦେଶର ବିଦେଶ ନୀତି ନଷ୍ଟ ହୋଇଛି। ସ୍ୱାର୍ଥ୍ୟବାଦୀ ତତ୍ୱଙ୍କ କଥା ଏବେ ମୁଖ୍ୟ କଥା ହୋଇଛି। ତେଣୁ ମୁଁ ଦାବି କରୁଛି ଯେ ନୂପୁର ଶର୍ମାଙ୍କୁ କେବଳ ନିଲମ୍ବିତ କଲେ ଚଳିବନି ତାଙ୍କୁ ଗିରଫ କରାଯାଉ।”
କେବଳ ସେତିକି ନୁହେଁ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଟ୍ୱିଟ୍ କରି ଜବାବ ମାଗିଛନ୍ତି ଓୱେସୀ। ସେ ଲେଖିଛନ୍ତି “ବଦୈଶିକ ମନ୍ତ୍ରାଳୟ କଣ ବିଜେପିର ଅଂଶ ହୋଇଗଲାଣି ? ଯଦି ଗଲ୍ଫ ଦେଶଗୁଡ଼ିକରେ ରହୁଥିବା ଭାରତୀୟଙ୍କ ପ୍ରତି ସାମ୍ପ୍ରଦାୟିକ ହିଂସା ହୁଏ ତେବେ ଆପଣ କଣ କରିବେ?”
ବିବାଦୀୟ ବୟାନ ପାଇଁ ବିଜେପିକୁ ଦାୟୀ କରି ଓୱେସୀ କହିଛନ୍ତି ଯେ ବିଜେପି ଜାଣି ଜାଣି ଏଭଳି କରୁଛି। ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ପାଇଁ ପ୍ରବକ୍ତାଙ୍କୁ ପଠାଉଛି। ଯେତେବେଳେ ନେତାମାନେ ବିରୋଧର ସାମ୍ନା କରୁଛନ୍ତି ସେତେବେଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଓୱେସୀ କହିଛନ୍ତି।





