ଡିଏସି ଦ୍ୱାରା ‘ବାୟ ଇଣ୍ଡିଆନ’, ‘ବାୟ ଆଣ୍ଟ ମେକ୍ ଇଣ୍ଡିଆନ’ ଅଧିନରେ ୭୬,୩୯୦ କୋଟି ଟଙ୍କାର ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ମିଳିଲା ସ୍ୱୀକୃତି

ନୂଆଦିଲ୍ଲୀ: ଡିଏସି ଦ୍ୱାରା ‘ବାୟ ଇଣ୍ଡିଆନ’, ‘ବାୟ ଆଣ୍ଟ ମେକ୍ ଇଣ୍ଡିଆନ’ ଅଧିନରେ ୭୬,୩୯୦ କୋଟି ଟଙ୍କାର ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ସ୍ୱୀକୃତି ମିଳିଛି । ଆଜି (ସୋମବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷାତରେ ରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ର ବୈଠକ ରେ ଏନେଇ ନିଷ୍ପତ୍ତି ନିଆଯାଇଛି ।ଏନେଇ ପ୍ରତିରକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଅଧିକାରୀଙ୍କ ସୂଚନା ଅନୁସାରେ, ଭାରତୀୟ ସେନାର ପାଇଁ ଡିଏସି ରଫ୍ ଟେରେନ ଫୋର୍କ ଲିଫ୍ଟ ଟ୍ରକ, ବ୍ରିଜ୍ ଲାଇଙ୍ଗ ଟ୍ୟାଙ୍କ, ସ୍ୱଦେଶୀ ଟ୍ୟାଙ୍କ ରୋଧୀ ମିଶାଇଲ ଏବଂ ରାଡାର ସହ ଯୁଦ୍ଧ ବାହାନ କିଣିବା ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି।

ଅଧିକାରୀଙ୍କ ସୂଚନା ଅନୁସାରେ, ଭାରତୀୟ ନୌସେନାର ପାଇଁ ଭବିଷ୍ୟତ ପୀଢିର କାର୍ବେଟ(ଏନଜିସି)ର କ୍ରୟ ପାଇଁ ଡିଏସି ୩୬ ହଜାର କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରିଛି । ସେ କହିଛନ୍ତି, ଏଚଏଏଲ ଦ୍ୱାରା ଡୋର୍ନିୟର ଏୟାରକ୍ରାଫ୍ଟ ଏବଂ ଏସୟୁ-୩୦ ଏମକେଆଇ ଏୟରୋ ଇଞ୍ଜିନ ନିର୍ମାଣ ପାଇଁ ସ୍ୱତନ୍ତ୍ର ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବା ଉପରେ ଡିଏସି ଧ୍ୟାନ କେନ୍ଦ୍ରିଭୂତ କରିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଅନ୍ୟ ଏକ ବୟାନ ଅନୁସାରେ, ଡିଏସି ସ୍ୱଦେଶୀକରଣଙ୍କୁ ପ୍ରୋତ୍ସାହିତ କରିବା ସହ ଏଚଏଏଲ ଦ୍ୱାରା ଡୋର୍ନିୟର ବିମାନ ଏବଂ ସୁଖୋଇ-୩୦ ଏଲକେଆଇ ଏୟରୋ ଇଞ୍ଜିନର ନିର୍ମାଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ମନ୍ତ୍ରଣାଳୟ କହିଛି, ପ୍ରତିରକ୍ଷାରେ ଡିଜିଟାଲ ପରିବର୍ତ୍ତନ ପାଇଁ ସରକାରଙ୍କ ଦୃଷ୍ଟିକୋଣର ଅନୁସରଣରେ ଡିଜିଟାଲ କୋଷ୍ଟ ଗାର୍ଡ ପରିଯୋଜନାକୁ ଡିଏସି ଦ୍ୱାରା ମଞ୍ଜୁରୀ ଦିଆଯାଇଛି ।

Related Posts