ଏନ୍ଏଚ୍ ୪୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଟୋ-ତେଲ ଟ୍ୟାଙ୍କର ଧକ୍କା: ୩ ମୃତ, ୪ ଗୁରୁତର

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ତବଲାକଟା ଛକ ନିକଟରେ ଏନ୍ଏଚ୍ ୪୯ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଅପରପାର୍ଶ୍ୱରୁ ଆସୁଥିବା ତେଲ ଟ୍ୟାଙ୍କର ସହ ପିଟି ହୋଇଛି । ଦୁର୍ଘଟଣା ଏତେ ଭୟଂକର ଥିଲା ଯେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ସେହିପରି ଅଟୋ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି।

ସମସ୍ତ ଗୁରୁତରଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ କୁଚିଣ୍ଡା-ଦେବଗଡ଼ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଅଟୋଟି କୁଚିଣ୍ଡା ପାର୍ଶ୍ୱରୁ ଯାଉଥିବା ବେଳେ ତେଲ ଟ୍ୟାଙ୍କରଟି କୁଚିଣ୍ଡା ଆଡ଼କୁ ଦ୍ରୁତଗତିରେ ଆସୁଥିଲା। ଦୁର୍ଘଟଣାରେ ଅଟୋଟି ଚୁରମାର ହୋଇଯାଇଛି ।

ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts