ବାଇକ୍ ରାଲି ବେଳେ ଟ୍ରାଫିକ ନିୟମ ଭାଙ୍ଗିବା ସାଂସଦ ମନୋଜ ତିୱାରୀଙ୍କୁ ପଡ଼ିଲା ମାହାଙ୍ଗା; କଟିଲା ୪୧ ହଜାର ଟଙ୍କାର ଚାଲାଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟ୍ରାଫିକ ନିୟମ ଭଙ୍ଗ କରିବା ସାଂସଦ ମନୋଜ ତିୱାରୀଙ୍କୁ ମହଙ୍ଗା ପଡିଛି। ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଫସିଛନ୍ତି ବିଜେପି ସାଂସଦ ଏବଂ ତାଙ୍କ ନାଁରେ ୪୧ ହଜାର ଟଙ୍କାର ଚାଲାଣ କାଟିଛି ପୁଲିସ। ବୁଧବାର ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ବାଇକ୍‌ ଉପରେ ବସି ସାଂସଦ ମନୋଜ ତିୱାରୀ ନିଜ ସମର୍ଥକଙ୍କ ସହ ରାଲିରେ ବାହାରିଥିଲେ। ତେବେ ଏହି ସମୟରେ ତାଙ୍କ ମୁଣ୍ଡରେ ନା ହେଲମେଟ୍‌ ଥିଲା ନା ଗାଡିର ଲାଇସେନ୍ସ ଥିଲା ଏପରିକି ତାଙ୍କ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ୍‌ ମଧ୍ୟ ନଥିଲା।

ଏହି ଘଟଣାର ସିସିଟିଭି ଫୁଟେଜ ପହଞ୍ଚିବା ପରେ ଆକ୍ସନ ମୁଡକୁ ଆସିଛି ଦିଲ୍ଲୀ ଟ୍ରାଫିକ୍‌ ପୁଲିସ ଏବଂ ତାଙ୍କ ନାଁରେ ୪୧ ହଜାର ଟଙ୍କା ଚାଲାଣ କଟାଯାଇଛି।ସାଂସଦଙ୍କ ଖୋଲାଖୋଲି ଭାବେ ଏଭଳି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନେଇ ସୋଶାଲ ମିଡିଆରେ ଅଭିଯୋଗ ହେବା ପରେ ଟ୍ରାଫିକ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଚାଲାଣ କାଟିଥିବା ଜଣା ପଡିଛି। ଏହା ପରେ ମନୋଜ ତିୱାରୀ ନିଜର ଏହି ଭୁଲ୍‌ ପାଇଁ ଟ୍ୱିଟ୍ କରି କ୍ଷମା ମଧ୍ୟ ମାଗିଛନ୍ତି।

Related Posts