ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର ନେଇ ଏବେ ସବୁଠି ଚର୍ଚ୍ଚା । କଂଗ୍ରେସ୍‌ ଅଧ୍ୟକ୍ଷ ଚୟନକୁ ନେଇ ପ୍ରତିଦ୍ବନ୍ଦୀ ହେବା ପରେ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।

ତେବେ ଏବେ ଥରୁରଙ୍କୁ ନେଇ ଶୁ ଏକ ଚର୍ଚ୍ଚା ଜୋର ଧରିଛି । ସେ ପିନ୍ଧିଥିବା ଜ୍ୟାକେଟ୍‌ରେ ଏକ ଗ୍ୟାଜେଟ୍‌ ଲଗାଯାଇଥିବା ଦେଖିବାକୁ ମିଳେ । ଏହାକୁ ନେଇ କିଛି ଲୋକଙ୍କ ମଧ୍ୟରେ ଏହା କଣ ବୋଲି ପ୍ରଶ୍ନ ଆସିପାରେ । କିନ୍ତୁ ଏହା ଆପଣଙ୍କ ନଜରରେ ପଡ଼ିଥିବା ତାହା ଜରୁରୀ ନୁହେଁ । କାରଣ ଏହି ଗାଜେଟ୍‌ଟି ବହୁତ ଛୋଟ । ବେକରେ କୌଣସି ହାର କିମ୍ୱା ନୋକିଆ କିପ୍ୟାଡ୍‌ ମୋବାଇଲ୍‌ ପଡ଼ିଲା ଭଳି ଦେଖାଯାଉଥିବା ଏହି ଗାଜେଟ୍‌ ତେବେ କଣ ? ଏହାର ଦାମ୍‌ କେତେ ? ଆସନ୍ତୁ ଜାଣିବା ।

ଏହି ଗାଜେଟ୍‌ ଫୋନ୍‌ ନୁହେଁ, ଏହା ଏକ ଏୟାର ପ୍ୟୁରିଫାୟର୍‌ । ଯାହାକୁ ଡାକ୍ତର ଲଗାଇବା ପାଇଁ ପରମର୍ଶ ଦେଇଥାନ୍ତି । ଥରୁର ଲଗାଉଥିବା ଏହି ପ୍ୟୁରିଫାୟର ଏୟାରଟାମର୍‌ ବ୍ରାଣ୍ଡର । ଏହାର ଅନ୍ୟ ଏକ ଗାଜେଟ୍‌ ଆମାଜନ୍‌ରେ ଉପଲବ୍ଧ ହେଉଛି । ଏୟାର ଟାମର୍‌ ଏକ ରିଚାର୍ଜେବଲ୍‌ ଏୟାର ପ୍ୟୁରିଫାୟର ।

ଏୟାର ଟାମର ଏ୩୦ ଆମାଜନ୍‌ରେ ୯ ହଜାର ୯ ଶହ୯୯ ଟଙ୍କାରେ ମିଳୁଛି । ଏହା ଉପରେ ୧୦୦୦ ଟଙ୍କାର କୁପନ୍‌ ଡିସ୍‌କାଉଣ୍ଟ ମଧ୍ୟ ମିଳୁଛି । ଏହାକୁ ଆପଣ କଳା କିମ୍ୱା ଧଳା ରଙ୍ଗର କିଣି ପାରିବେ । ଏଥିରେ ହେପା ଫିଲ୍ଟର ବ୍ୟବହାର କରାଯାଉଛି । ଯାହାକି ବ୍ୟବହାରକାରୀଙ୍କୁ ସଫା ଅମ୍ଳଜାନ ପହଞ୍ଚାଇବା କାମ କରିଥାଏ । ଡିଭାଇସ୍‌କୁ ପାୱାର ଦେବା ପାଇଁ ଏଥିରେ ବ୍ୟାଟରୀ ଲାଗିଛି । ଯାହାକି ୟୁଏସ୍‌ବି ଚାର୍ଜର ଦ୍ୱାରା ଚାର୍ଜ କରିହେବ ।

ଏଥିରେ ହେଲ୍ଥ ନେଗେଟିଭ୍‌ ଆୟନ୍‌ ରିଲିଜର ରହିଛି । ଏହାର ଓଜନ ୫୦ ଗ୍ରାମ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆପ୍‌ର ବ୍ୟବହାର କରିବାକୁ ପଡ଼ିବ । ଆମେରିକାରେ ଏହାକୁ ପ୍ରଡକ୍ସନ କରାଯାଉଛି