ଜେଲରେ ୨୦୧୯ର ମିଷ୍ଟର ଇଣ୍ଡିଆ: ଜଣେ ମହିଳାଙ୍କ ବେକରୁ ଚେନ ଝାମ୍ପି ନେବା ଅଭିଯୋଗରେ ଗିରଫ

ଚେନ୍ନାଇ: ଜଣେ ମହିଳାଙ୍କ ବେକରୁ ଚେନ ଝାମ୍ପି ନେବା ଅଭିଯୋଗରେ ଗିରଫ ହେଲେ ମିଷ୍ଟର ଇଣ୍ଡିଆ | ଜଣେ ଶିକ୍ଷିତ ଯୁବକ ହୋଇ ମଧ୍ୟ ଚୋରି କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ୨୨ ବର୍ଷୀୟ ଯୁବକ ମହମ୍ମଦ ଫୈଜଲ । ମହମ୍ମଦଙ୍କୁ ଗିରଫ କରିଛି ଚେନ୍ନାଇ ପୋଲିସ ।

ସୂଚନାଅନୁସାରେ ୧୭ମାର୍ଚ୍ଚରେ ରନ୍ତା ଦେବୀ ନାମକ ଜଣେ ମହିଳାଙ୍କ ଚେନ ଚୋରି ହୋଇଥିବା ଅଭିଯୋଗ କରିଥିଲେ । ସେ ରାସ୍ତାର ଯାଉଥିବା ସମୟରେ ମହମ୍ମଦ ତାଙ୍କ ବେକରୁ ୧୦ ଗ୍ରାମର ଚେନ ଝାମ୍ପି ନେଇଥିବା ଅଭିଯୋଗ କରିଥିଲେ । ଏହାପରେ ସିସିଟିଭି ଫୁଟେଜ ଆଧାରରେ ମହମ୍ମଦଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ ।

୨୦୨୦ରେ ଗ୍ରାଜୁଏସନ ଶେଷ କରି ବି.ଟେକ କରୁଛନ୍ତି ମହମ୍ମଦ । ସେ ଜଣେ ବଡି ବିଲଡର ସହିତ ୨୦୧୯ରେ ମିଷ୍ଟର ଇଣ୍ଡିଆ ତାଜ ମଧ୍ୟ ଜିତିଛନ୍ତି । ଗ୍ରାଜୁଏସନ ପରେ ସେ ଏକ ମୋବାଇଲ ଦୋକାନ କରିଥିଲେ । ହେଲେ ପ୍ରବଳ କ୍ଷତି ସହିଥିଲେ । ଋଣ ସୁଝିବା ତାଙ୍କ ପାଇଁ କଷ୍ଟକର ହୋଇଥିଲା । ଆର୍ଥିକ ସଙ୍କଟକୁ ବର୍ତ୍ତିବା ପାଇଁ ଏହିପରି ଭାବରେ ଲୁଟ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିଛି । ପୋଲିସ ତାଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି | ସେ ଆଉ କେଉଁ କେଉଁ ସ୍ଥାନରୁ କଣ କଣ ସବୁ ଚୋରି କରିଛନ୍ତି ସେନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ |

Related Posts