ଚୀନରେ ବଡ ଧରଣର ବିମାନ ଦୁର୍ଘଟଣା: ପାହାଡରେ ପିଟି ହେଲେ ବିମାନ

ଚୀନ; ଚୀନରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ବୋଇଂ ୭୩୭ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ବିମାନରେ ପ୍ରାୟ ୧୩୩ ଯାତ୍ରୀ ଥିବା ବେଳେ, କେତେ ଜଣଙ୍କ ମୃତ୍ୟୁ ହୋଇଛି ସେନେଇ କିଛି ସଠିକ ତଥ୍ୟ ମିଳିପାରିନାହିଁ |

ପାହଡରେ ପିଟିହେବା ପରେ ବିମାନରେ ଲାଗିଯାଇଥିଲା ନିଆଁ । ଫଳରେ ବଡ ଦୁର୍ଘଟଣା ଘଟିଛି । ସୂଚନା ଥାଉକି, ବିମାନଟି କୁମିଂରୁ ଗୁଆଁଝୋଁ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଗୁଆଙ୍ଗସି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବିମାନ ସୋମବାର ଦିନ ଦକ୍ଷିଣ ଚୀନର ପର୍ବତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Related Posts