ବଲିଉଡ଼କୁ ନେଇ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଲେ ମୁକେଶ ଭଟ୍ଟ: ହେଲେ ଟ୍ରୋଲର ଶିକାର

ମୁମ୍ୱାଇ: ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ମହେଶ ବାବୁ । ନିକଟରେ ବଲିଉଡ଼କୁ ନେଇ ଦେଇଥିବା ବୟାନ ଉପରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । ସାଉଥ ଇଣ୍ଡଷ୍ଟ୍ରିରେ ବେଶ୍ ପରିଚିତ ମହେଶ ବାବୁ। ସବୁଠି ତାଙ୍କରି ହିଁ ରାଜ୍‌ । ତାଙ୍କ ଅଭିନୟର ଯାଦୁରେ ମତୁଆଲା ଦର୍ଶକ । ଟଲିୟୁଡର ଏକ ଚର୍ଚ୍ଚିତ ତେହେରା ମହେଶ ବାବୁ ।

କିନ୍ତୁ ନିକଟରେ ବଲିଉଡ୍‌କୁ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିଜର ବଲିଉଡ ଡେବ୍ୟୁକୁ ପଚାରାଯାଇଥିବା ପ୍ରଶ୍ନରେ କହିଥିଲେ କି ବଲିଉଡରେ ଡେବ୍ୟୁ କରିବାକୁ ତାଙ୍କର ଇଚ୍ଛା ନାହିଁ । ତାଙ୍କ ମତରେ ବଲିଉଡ ଇଣ୍ଡଷ୍ଟ୍ରୀରେ ସେତିକି ପଇସା ନାହିଁ ଯାହା ତାଙ୍କୁ ଅଫୋର୍ଡ କରିପାରବ । ମୋ ମତରେ ବଲିଉଡରେ କ୍ୟାରିୟର କରିବାମାନେ ବର୍ବାଦ କରିବା ସଂଗେ ସମାନ।

ସେପଟେ ତାଙ୍କର ଏହି ବୟାନ ପରେ ମୁକେଶ ଭଟ୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହା ଉପରେ ମୁକେଶ ଭଟ୍ଟନିଜର ପ୍ରତିକ୍ରିୟା ଦେଇଛନ୍ତି ।

ସେ ଏହାକୁ ନେଇ ଗଣମାଧ୍ୟମରେ କହିଛନ୍ତି କି ମହେଶ ବାବୁ କହିଛନ୍ତି ଏହା ଭଲ କଥା ଯଦି ବଲିଉଡ୍‌ ତମକୁ ସେତିକି ଫି’ ଅଫୋର୍ଡ କରିପାରୁନି । ମୁଁ ତାଙ୍କ ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ଜଣାଉଛି। ମୁଁ ତାଙ୍କୁ ସମ୍ମାନ କରେ କାହିଁକି ନା ସେ ଜଣେ ଦକ୍ଷ ଅଭିନେତା । ନିଜ ଉପରେ ସେ ବହୁତ ପରିଶ୍ରମ କରିଛନ୍ତି। ଏଥିପାଇଁ ସେ ଜଣେ ସଫଳ ଅଭିନେତା ମଧ୍ୟରୁ ଜଣେ । ଏଥିରେ କୌଣସି ଭୁଲ୍‌ ନାହିଁ ଯେ ବଲିଉଡ୍‌ ଇଣ୍ଡଷ୍ଟ୍ରି ତାଙ୍କର ଆଶା ପୂରଣ କରିପାରିବ । ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି ଏହା ସହ ସମସ୍ତଙ୍କର ନିଜସ୍ବ ମତ ମଧ୍ୟ ଅଛି ।

ମହେଶ ବାବୁଙ୍କ ଏହି ବୟାନ୍‌ ଦେଖି ତୁରନ୍ତ ଲୋକମାନଙ୍କର ରିଆକ୍ସନ ଦେଖିବାକୁ ମିଳିଛି । ଏଥି ପାଇଁ ତାଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଉଛି। କୁହାଯାଉଛି କି ସେ ବୋଧ ହୁଏ ମହେଶ ବାବୁଙ୍କ ସପୋର୍ଟ କହି ବଲିଉଡ୍‌ର ଅପମାନ କରୁଛନ୍ତି।

Related Posts