ମୁମ୍ବାଇ: ମୁମ୍ୱାଇରେ ଜାରୀ ରହିଛି ଲଗାଣ ବର୍ଷା । ଫଳରେ ବର୍ଷାରେ ଭାସୁଛି ସାରା ମୁମ୍ବାଇ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ସତ ପାଲଟିଛି । ମୁମ୍ବାଇବାସୀ ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଛନ୍ତି। ଏପରିକି ପାଣିପାଗ ବିଭାଗ ମୁମ୍ବାଇ ଓ ଥାନେ ବାସିନ୍ଦାଙ୍କ ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା।
ସୋମବାର ମୁମ୍ବାଇର ଅଧିକାଂଶ ସହରରେ ବର୍ଷା ହୋଇ ଚାରିଆଡ଼ ଜଳମୟ ହୋଇଛି। ପ୍ରବଳ ବର୍ଷା ହେତୁ ଯାତାୟାତ ବି ବାଧାପ୍ରାପ୍ତ ହୋଇଛି। ସହରର ଲୋକାଲ ଟ୍ରେନ୍ ଏକ୍ସପ୍ରେସ୍ ବି ଏହି ବର୍ଷା ହେତୁ ପ୍ରଭାବିତ ହୋଇଛି। ବର୍ଷା ହେତୁ ଟ୍ରେନ୍ଗୁଡ଼ିକ ଧୀରେ ଚାଲୁଥିବାରୁ ସିଏସ୍ଏମ୍ଟି-ଥାନେ ସେକ୍ସନର କିଛି ଟ୍ରେନ୍ଗୁଡ଼ିକ ୧୦-୧୫ ମିନିଟ୍ ବିଳମ୍ବରେ ଚାଲୁଛି।
ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ୪ ରୁ ୮ ତାରିଖ ମଧ୍ୟରେ ରାଇଗଡ଼, ରତ୍ନଗିରି, ସିନ୍ଧୁଦୂର୍ଗ ଜିଲ୍ଲାରେ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିଲା।
ପୂରା ମହାରାଷ୍ଟ୍ରରେ ସମୁଦାୟ ୮ଟି ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଛି। ନାଗପୁର, ଚିପୁନ ଏବଂ ନାଲଦରେ ଗୋଟାଏ ଲେଖାଏ ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ ଟିମ୍ ମୁମ୍ବାଇରେ ନିୟୋଜିତ ହୋଇଥିବା ସୂଚନା ରହିିଛି।