ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୧୮ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଉଭୟ UPA ଓ NDA ନିଜ ନିଜ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। UPA ତରଫ ରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଥିବା ବେଳେ NDA ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ତେବେ ବର୍ତ୍ତମାନ ଦୁଇଜଣ ପ୍ରାର୍ଥୀ ବିଭିନ୍ନ ରାଜ୍ୟ ଗସ୍ତ କରି ଭିନ୍ନ ଭିନ୍ନ ରାଜନୈତିକ ଦଳ ମାନଙ୍କୁ ଭେଟି ସମର୍ଥନ ମାଗୁଛନ୍ତି। ଏହି କ୍ରମରେ ଉଭୟ ପ୍ରାର୍ଥୀ ଓଡ଼ିଶା ଗସ୍ତ ରେ ଆସିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଆସନ୍ତା ୬ ତାରିଖରେ ଯଶବନ୍ତ ସିହ୍ନା ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ସମର୍ଥନ ପାଇଁ ଅନୁରୋଧ କରିବେ। ସେହିପରି ୮ ତାରିଖରେ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃତ୍ବଙ୍କୁ ଭେଟି ସମର୍ଥନ ଲୋଡ଼ିପାରନ୍ତି।
ସୂଚନାଯୋଗ୍ୟ ଯେ, ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ଓଡ଼ିଶା କଂଗ୍ରେସ ଦଳର ନିଷ୍ପତ୍ତି ଅନୁଯାୟୀ ଯଶବନ୍ତଙ୍କୁ ସମର୍ଥନ କରିବାକୁ ପୂର୍ବରୁ କହିସାରିଛି।
