ପୌର ନିର୍ବାଚନ; ଆଜି ଆସିପାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଚାଲିଛି । ମହାନଗର ନିଗମରେ କିଏ ହେବ ଏଥର ମେୟର ସେନେଇ ଲୋକଙ୍କ ମନରେ ମଧ୍ୟ ଢ଼େର ସାର ଉତ୍କଣ୍ଠା ଭରି ରହିଛି । ଏହା ମଧ୍ୟରେ ନାମାଙ୍କନ ପାଇଁ ଆଉ ଦୁଇ ଦିନ ସମୟ ରହିଥିବାବେଳେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ତାଲିକା ଘୋଷଣା ହୋଇନାହିଁ । ସେପଟେ ଭୁବନେଶ୍ୱର, କଟକ ପାଇଁ ଭାରତୀୟ ଜନତା ପାର୍ଟି ମେୟର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏପର୍ଯ୍ୟନ୍ତ ବ୍ରହ୍ମପୁର ପାଇଁ ଦଳୀୟ ପ୍ରାର୍ଥୀ ଦେଇନାହିଁ ।

ତେଣୁ ବ୍ରହ୍ମପୁରରେ ପ୍ରାର୍ଥୀଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ସେହିପରି କଂଗ୍ରେସ ମଧ୍ୟ ବ୍ରହ୍ମପୁର ପାଇଁ ଦଳୀୟ ମେୟର ପ୍ରାର୍ଥୀ ଦେଇନାହିଁ । ଅନ୍ୟପଟେ ଶାସକ ବିଜେଡି ସବୁ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସଙ୍କ ବିଜେଡି ପ୍ରାର୍ଥୀ କରିଥିବାବେଳେ କଟକ ପାଇଁ ସୁବାସ ସିଂହ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ଟିକେଟ ଦେଇଛି । ଏସବୁ ମଧ୍ୟରେ ଆସନ୍ତା କାଲି ନାମାଙ୍କନର ଶେଷ ଦିନ ହୋଇଥିବାରୁ ବିରୋଧୀ ଆଜି ତାଙ୍କର ଚୂଡ଼ାନ୍ତ ତାଲିକା ପ୍ରକାଶ କରି ପାରନ୍ତି ବୋଲି ଅନୁମାନ କରାଯାଉଛି ।

Related Posts