ପୌର ନିର୍ବାଚନ: ବିଜେଡିର ବିପୁଳ ବିଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶେଷ ହୋଇଛି ପୌର ନିର୍ବାଚନ । ପୌରାଞ୍ଚଳ ନିର୍ବାଚନ ଭୋଟ ଗଣତି ରାଜ୍ୟର ସମସ୍ତ ଜିଲ୍ଲାରେ ସରିଛି । ଏନେଇ ମୁଖ୍ୟନିର୍ବାଚନ କମିଶନ୍ଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୭୩ଟି ପୌରାଧ୍ୟକ୍ଷ ପଦବୀରେ ବିଜୟ ଲାଭ କରିଛି ବିଜେଡି । ୧୬ଟି ପୌରାଧ୍ୟକ୍ଷ ପଦ ହାତେଇଛି ବିଜେପି ।

ସେହିପରି କଂଗ୍ରେସକୁ ୭ଟି ପୌରାଧ୍ୟକ୍ଷ ପଦ ମିଳିଥିବା ବେଳେ ସ୍ୱାଧୀନ ୯ଟି ବିଜୟୀ ହୋଇଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ଶାସକ ବିଜେଡି ଦଳ ବାଜି ମାରିଛି । ଏ ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

ସେପଟେ ବିଜେଡିର ବିପୁଳ ବିଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ୍‌ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ଏହା ସମ୍ଭବ ହୋଇଥିବା ସେ କହିଛନ୍ତି । ୱାର୍ଡସ୍ତରରୁ ଲୋକଙ୍କ ଭଲପାଇବା ତୃଣମୂଳସ୍ତରରେ ବିଜେଡିକୁ ମଜବୁତ କରିଛି । ଏହା ଆମର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Posts